26.1 C
Bhubaneswar
Friday, March 27, 2026
Homeଓଡିଶାପଥର ମାଡ଼ରେ ଦମ୍ପତି ଆହତ

ପଥର ମାଡ଼ରେ ଦମ୍ପତି ଆହତ

ଭୁବନେଶ୍ୱର: ଶନିବାର ଦିନ ସହିଦ ନଗର ପୋଲିସ ସୀମା ଅନ୍ତର୍ଗତ ସାଇନ୍ସ ପାର୍କ ନିକଟସ୍ଥ ବସ୍ତିରେ ଏକ ଦମ୍ପତିଙ୍କ ପରିବାର ସଦସ୍ୟ ପ୍ରତିଶୋଧ ପରାୟଣ ହୋଇ ପଥର ମାଡ଼ କରିବା ସହିତ ଦୁର୍ବୃତ୍ତଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତ ଜଣକ ପୂର୍ବରୁ ମଦ୍ୟପ ଅବସ୍ଥାରେ ଏକ ଦମ୍ପତିଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ ନେଇ ଜଣେ ମଦ୍ୟପଙ୍କ ଉପରେ ଜଣେ ମଦ୍ୟପ ଆକ୍ରମଣ କରିଥିଲେ। ପ୍ରତିଶୋଧ ନେବା ପାଇଁ ଦମ୍ପତିଙ୍କ ପରିବାର ସଦସ୍ୟ ପଥର ମାଡ଼ କରିଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ଆହତ ଦମ୍ପତି ଏବଂ ଦୁର୍ବୃତ୍ତଙ୍କୁ ଚିକିତ୍ସା ପାଇଁ ପଠାଇଛି। ଦୁର୍ବୃତ୍ତ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ସେ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking