22.1 C
Bhubaneswar
Friday, February 13, 2026
Homeଅପରାଧଯୁବକକୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦମ୍ପତି ଗିରଫ

ଯୁବକକୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦମ୍ପତି ଗିରଫ

ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ର କରି ଗତକାଲି ସନ୍ଧ୍ୟାରେ ଯୁବକକୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପ୍ରକାଶ, ନେଉଳପୁର ଗ୍ରାମର ବିଜୟ ରାଉଳ ଓ ତାଙ୍କ ପଡ଼ୋଶୀ ବିଷ୍ଣୁ ରାଉଳଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା। ଏହାକୁ କେନ୍ଦ୍ରକରି ଗତକାଲି ସନ୍ଧ୍ୟାରେ ଉଭୟ ପରିବାର ମଧ୍ୟରେ ଝଗଡା ଲାଗିଥିଲା। ଏଥିରେ ପଡ଼ୋଶୀ ବିଷ୍ଣୁ ରାଉଳ ପରିବାର ଲୋକେ ଧାରୁଆ ଅସ୍ତ୍ରରେ ବିଜୟ ରାଉଳକୁ ଆକ୍ରମଣ କରିବାରୁ ତାର ମୁଣ୍ଡ ଓ ହାତରେ ଗଭିର ଆଘାତ ଲାଗିଥିଲା। ପରିବାର ଲୋକେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଥିଲା। ପରିବାର ଲୋକେ ତାକୁ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଏବେବି ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ଏନେଇ ବିଜୟର ପରିବାର ପକ୍ଷରୁ ଗତକାଲି ସନ୍ଧ୍ୟାରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ୫୪/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଜି ପୁଲିସ ବିଜୟର ପଡ଼ୋଶୀ ଅଭିଯୁକ୍ତ ବିଷ୍ଣୁ ରାଉଳ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ରାଉଳଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ରମାକାନ୍ତ ନାୟକ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking