30.1 C
Bhubaneswar
Wednesday, June 26, 2024
Homeଓଡିଶାରାତି ପାହିଲେ ଭୋଟ କାଉଣ୍ଟିଙ୍ଗ

ରାତି ପାହିଲେ ଭୋଟ କାଉଣ୍ଟିଙ୍ଗ

ଭୁବନେଶ୍ୱର : ରାତି ପାହିଲେ ହେବ ଅପେକ୍ଷାର ଅନ୍ତ । ବାହାରିବ ନିର୍ବାଚନ ଫଳାଫଳ । ଆସନ୍ତାକାଲି ୭୦ଟି କେନ୍ଦ୍ରରେ ମତଗଣନା କରାଯିବ । ତେବେ ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ୪ଟି ପର୍ଯାୟ ନିର୍ବାଚନରେ ଅଢେଇ କୋଟିରୁ ଅଧିକ ଭୋଟର ମତଦାନ କରିଛନ୍ତି। ୨୦୧୯ ତୁଳନାରେ ୨୦୨୪ରେ ବଢିଛି ଭୋଟ ମତଦାନ। ୨୦୧୯ରେ ୭୩.୦୯% ଓ ୨୦୨୪ରେ ୭୪.୪୪% ମତଦାନ ହୋଇଛି। ଏଥିମଧ୍ୟରେ ପୁରୁଷ ୭୩.୦୩% ଓ ୭୫.୫୫%ମହିଳା ଭୋଟର ଭୋଟ ଦେଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ୭୦ଟି ଭୋଟ ଗଣତି କେନ୍ଦ୍ରରେ ହେବ ଭୋଟ ଗଣତି । ୬୯ଟି ସେଣ୍ଟରରେ ଇଭିଏମ କାଉଣ୍ଟ ହେବ । ୬୦ଟି ହଲରେ ଉଭୟ ବିଧାନସଭା ଓ ସଂସଦୀୟ କ୍ଷେତ୍ରର ଭୋଟ ଗଣତି ହେବ। ଭାରତୀୟ ନିର୍ବାଚନ କମିଶନଙ୍କ ତରଫରୁ ୧୨୪ ଜଣ ଅବଜରର୍ଭର ନିଯୁକ୍ତି ହୋଇଛନ୍ତି । ୧ ଲକ୍ଷ ୪୬ ହଜାର ପୋଷ୍ଟାଲ ବ୍ୟାଲେଟ ଗଣତି ହେବ। ପ୍ରତି ଟେବୁଲରେ ୫୦୦ ବ୍ୟାଲେଟ ଗଣତି ହେବ । ୩୫୮୯ ଇଭିଏମ କାଉଣ୍ଟ ଟେବଲ ରହିଛି। ୮ଟି ବିଧାନସଭାରେ ରାଉଣ୍ଡ ସଂଖ୍ୟା ୩୦ରୁ ଅଧିକ। ସମସ୍ତ କାଉଁଟିଙ୍ଗ ସେଣ୍ଟରରେ ସିସିଟିଭି ଓ ଏସିର ବ୍ୟବସ୍ଥା ହୋଇଛି । ୬୦ କମ୍ପାନୀ କେନ୍ଦ୍ରୀୟ ବାହିନୀ ମୃତୟନ ହୋଇଛନ୍ତି। ଆଉ ୮୯ କମ୍ପାନୀ ଅଧିକ କେନ୍ଦ୍ରୀୟ ବାହିନୀ ମୃତୟନ ହେବେ। ୬ ତାରିଖ ଯାଏଁ ୧୬ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୃତୟନ ହେବେ। ଭୋଟ ଗଣତି କେନ୍ଦ୍ରରେ ଆମ୍ବୁଲାନ୍ସ ଓ ଡାକ୍ତର ରହିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking