29.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଆଉ ନୂଆ ଜୋତା କିଣି ପାରିଲେନି: ବାଧ୍ୟହୋଇ ପାଦରେ କଲେ ଟାଟୁ

ଆଉ ନୂଆ ଜୋତା କିଣି ପାରିଲେନି: ବାଧ୍ୟହୋଇ ପାଦରେ କଲେ ଟାଟୁ

ଲଣ୍ଡନ: ସାଧାରଣତଃ ଫ୍ୟାସନ ପ୍ରିୟ ଲୋକମାନେ ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ କରିଥିବା ଲକ୍ଷ୍ୟ କରାଯାଇଥାଏ । ତେବେ ବ୍ରିଟେନରେ ଏଭଳି ଜଣେ ଲୋକ ଏ ପ୍ରସଙ୍ଗରେ ନିଆରା ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି । ନୂଆ ଜୋତା କିଣି କିଣି ବିରକ୍ତ ହେବାପରେ ବ୍ୟକ୍ତିଜଣକ ପାଦରେ ଜୋତା ଡିଜାଇନ୍‌ର ଏକ ଟାଟୁ କରିଛନ୍ତି ।

ସୋସିଆଲ ମିଡିଆରେ ଏଭଳି ଟାଟୁର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ମାଞ୍ଚେଷ୍ଟରରେ ବାସ କରୁଥିବା ଡିନ୍ ଗୁନ୍ଥେର ନାମକ ବ୍ୟକ୍ତି ନୂଆ ଜୋତା କିଣି ବ୍ୟସ୍ତ ହୋଇପଡିବାପରେ ଆଉ ଏ ଦିଗରେ ମନ ବଳାଇଲେ ନାହିଁ ।

ତେବେ ସମସ୍ୟାର ସମାଧାନ କରିବାକୁ ସେ ନାଇକି କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏକ ଜୋତାର ଡିଜାଇନକୁ ପାଦରେ ଟାଟୁ କରିବାକୁ ବାଧ୍ୟ ହୋଇଛନ୍ତି । ଉଭୟ ପାଦରେ ଜୋତା ଡିଜାଇନ କରିବାକୁ ୨ ଘଣ୍ଟା ଏବଂ ଟାଟୁ କରିବାକୁ ୮ ଘଣ୍ଟା ସମୟ ଲାଗିଥିବା ଜଣାପଡିଛି । ଗୁନ୍ଥେର ୫ ବର୍ଷ ପୂର୍ବେ ବ୍ରିଟେନ ଆସି ବସବାସ କରିବା ସହ ନିଜର ଏକ ଟାଟୁ ଷ୍ଟୁଡିଓ ଖୋଲିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking