18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଆଇବିଏମରେ କଷ୍ଟ୍ କଟିଂ, ୩୯୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ

ଆଇବିଏମରେ କଷ୍ଟ୍ କଟିଂ, ୩୯୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ

ନୂଆଦିଲ୍ଲୀ: ଟେକ୍ କମ୍ପାନୀରେ ଛଟେଇ ପର୍ବ ଗୋଟିଏ ପରେ ଗୋଟିଏ କମ୍ପାନୀରେ ଚାଲିଛି କଷ୍ଟ୍ କଟିଂ ଟେକ୍ କମ୍ପାନୀ ଠାରୁ ଆରମ୍ଭ କରି କମର୍ସ ପର୍ଯ୍ୟନ୍ତ ସବୁଠି ଛଟେଇ ଜାରି ରହିଛି ଫେସବୁକର ମୂଳ କମ୍ପାନୀ ମେଟା, ଟୁଇଟର, ଆମାଜନ, ଗୁଗୁଲ ପରେ ଆଇବିଏମ୍ ମଧ୍ୟ ଏହି ତାଲିକାକୁ ଆସିଯାଇଛି ଟେକ୍ କମ୍ପାନୀ ଆଇବିଏମ ପ୍ରାୟ ୩୯୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ଘୋଷଣା କରିଛି। ଅଧିକ ନିବେଶ ପାଇଁ କର୍ମଚାରୀ ଛଟେଇ କରାଯାଉଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି

ବୁଧବାର ଛଟେଇ ଘୋଷଣା କରିଛି ଆଇବିଏମ ନିଜ ସମ୍ପତ୍ତ କିଛି ଅଂଶ ନିବେଶ କରିବା ଉଦ୍ଦେଶ୍ଯରେ ଛଟେଇ ନିଷ୍ପତ୍ତି ନିଆଯାଇଛି ବୋଲି ସିଏଫଓ କହିଛନ୍ତି ୨୦୨୨ ଆର୍ଥିକ ବର୍ଷର ଚତୁର୍ଥ କ୍ବାର୍ଟରରେ କ୍ଷତି ସହିବା ପରେ ଛଟେଇ ଘୋଷଣା କରାଯାଇଛି  

କମ୍ପାନୀ ଚିଫ୍ ଫାଇନାନ୍ସ ଅଧିକାରୀ ଜେମ୍ସ କ୍ୟାବନାଗଙ୍କ କହିବା ମୁତାବକଆଇବିଏମ କ୍ଲାଇଣ୍ଟଫେସିଙ୍ଗି ରିସର୍ଚ୍ଚ ଏବଂ ଡେଭଲମେଣ୍ଟରେ ଭର୍ତ୍ତି କରିବାକୁ ପ୍ରତିଶୃତି ବଦ୍ଧ ଛଟେଇ ଘୋଷଣା ପରେ କମ୍ପାନୀର ୨ପ୍ରତିଶତ ସେୟାର ହ୍ରାସ ପାଇଛି କର୍ମଚାରୀଙ୍କୁ ଛଟେଇ ମୁକ୍ତ ନଗଦ କାରବାର ଯୋଗୁ ସେୟାର ପ୍ରଭାବିତ ହେଉଥିବା ବିଶେଷଜ୍ଞ ମତ ଦେଇଛନ୍ତି କମ୍ପାନୀ କାର୍ଯ୍ୟବଳର ଛଟେଇ ହୋଇଥିବା କର୍ମଚାରୀ ମାତ୍ର .%  

ଆର୍ଥିକ ମାନ୍ଦାବସ୍ଥା ସହିତ ଲଢ଼ିବା ପାଇଁ ଟେକ୍  କମ୍ପାନୀ ମାନେ କଷ୍ଟ କଟିଂ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ୨୦୨୨ରେ ଆଇବିଏମର ନଗଦ ପ୍ରବାଭ . ଆରବ ଡଲାର ରହିଥିଲା, ହେଲେ ଏହାକୁ ୧୦ ଆରବ ଡଲାରରେ ପହଞ୍ଚାଇବା ଲକ୍ଷ୍ୟରେ ରହିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking