28.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶଜମି ବଦଳରେ ଚାକିରୀ ଦୁର୍ନୀତି; ଲାଲୁଙ୍କୁ ଅଭିଯୁକ୍ତ ଦର୍ଶାଇବାକୁ ସିବିଆଇକୁ ୮ ପର୍ଯ୍ୟନ୍ତ ମହଲତ

ଜମି ବଦଳରେ ଚାକିରୀ ଦୁର୍ନୀତି; ଲାଲୁଙ୍କୁ ଅଭିଯୁକ୍ତ ଦର୍ଶାଇବାକୁ ସିବିଆଇକୁ ୮ ପର୍ଯ୍ୟନ୍ତ ମହଲତ

ନୂଆଦିଲ୍ଲୀ: ଜମି ବଦଳରେ ଚାକିରୀ ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କୁ ଅଭିଯୁକ୍ତ ଦର୍ଶାଇବାକୁ ଦିଲ୍ଲୀର ଏକ ଅଦାଲତ ସିବିଆଇକୁ ଅଗଷ୍ଟ ୮ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏହି ପ୍ରସଙ୍ଗରେ ସିବିଆଇ ପକ୍ଷରୁ ଜୁଲାଇ ୩ରେ ଲାଲୁ, ପତ୍ନୀ ରାବ୍ରି ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଏହି ଦ୍ୱିତୀୟ ଚାର୍ଜସିଟ୍ ହୋଇଥିବାବେଳେ ପ୍ରଥମ ଚାର୍ଜସିଟ୍‌ରେ କେବଳ ତେଜସ୍ୱୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । ଯାଦବ ପରିବାରର ଏହି ତିନିଜଣ ସଦସ୍ୟଙ୍କ ବ୍ୟତୀତ ଏହି ମାମଲାରେ ଅନ୍ୟ ୧୪ ଜଣଙ୍କ ନାମ ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି ।

ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଷଡଯନ୍ତ୍ର, ଜାଲିଆତି ଓ ଦୁର୍ନୀତି ଭଳି ଅଭିଯୋଗ ଆଗତ କରାଯାଇଛି । ସୂଚନାଯୋଗ୍ୟ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ରେଳମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତିର ସୂତ୍ରପାତ ହୋଇଥିଲା । ବିହାରର ପାଟନା ସହରରେ ଥିବା ମୂଲ୍ୟବାନ ଜମିକୁ ଯେଉଁ ବ୍ୟକ୍ତି ଶସ୍ତା ମୂଲ୍ୟରେ ଲାଲୁଙ୍କ ପରିବାରକୁ ବିକ୍ରି କରିବେ, ସେହି ବ୍ୟକ୍ତିଙ୍କୁ ରେଳବାଇରେ ଚାକିରୀ ଦିଆଯିବ ବୋଲି କୁହାଯାଇଥିଲା । ଏକାଧିକ ବ୍ୟକ୍ତି ଏହି ପନ୍ଥା ଅବଲମ୍ବନ କରି ରେଳବାଇରେ ଚାକିରୀ ମଧ୍ୟ ପାଇଥିଲେ । ଏହି ଦୁର୍ନୀତିରେ ଲାଲୁ, ରାବ୍ରି, ତେଜସ୍ୱୀଙ୍କ ସମେତ ଲାଲୁଙ୍କୁ ଦୁଇ ଝିଅଙ୍କୁ ସିବିଆଇ ଜେରା କରିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking