18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଚାକିରି ପାଇଁ ଜମି ଦୁର୍ନୀତି ମାମଲା; ଲାଲୁଙ୍କ ପରିବାରକୁ ଜାମିନ୍‌

ଚାକିରି ପାଇଁ ଜମି ଦୁର୍ନୀତି ମାମଲା; ଲାଲୁଙ୍କ ପରିବାରକୁ ଜାମିନ୍‌

ପାଟନା: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରୀ ଦେବୀ, ପୁଅ ତେଜସ୍ୱୀ ଯାଦବ, ଝିଅ ମିସା ଭାରତୀ ଏବଂ ହେମା ଯାଦବଙ୍କୁ ଶୁକ୍ରବାର ସାମାନ୍ୟ ଆଶ୍ୱସ୍ତି ମିଳିଛି । ଶୁକ୍ରବାର ଏହି ମାମଲାରେ ଲାଲୁ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସମେତ ସହଯୋଗୀ ହୃଦୟାନନ୍ଦ ଚୌଧୂରୀଙ୍କୁ ଦିଲ୍ଲୀ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ଦିଲ୍ଲୀସ୍ଥିତ ରାଉସ ଆଭେନ୍ୟୁ କୋର୍ଟରେ ଲାଲୁଙ୍କ ସମେତ ଉପରୋକ୍ତ ବ୍ୟକ୍ତିବିଶେଷଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି ହୋଇଥିଲା ।

ଏହି ମାମଲାରେ ସମସ୍ତଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ୍ ପ୍ରଦାନ କରିଥିଲେ । ୧ଲକ୍ଷ ଟଙ୍କା ବଣ୍ଡ୍ ମୁଚାଲିକା ବଳରେ କୋର୍ଟ ଏମାନଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ଇଡି ତଦନ୍ତ ଜାରି ରହିଥିବା ବେଳେ ନିକଟରେ ଏମାନଙ୍କୁୂ ଗିରଫ କରାଯାଇଥିଲା । ତେବେ ଏମାନେ ସମସ୍ତେ କୋର୍ଟରେ ଜାମିନ୍ ଆବେଦନ କରିଥିଲେ । ଏହା ଉପରେ ଶୁଣାଣି କରି ରାଉସ୍ କୋର୍ଟ ଏମାନଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking