24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଜମି ବଦଳରେ ଚାକିରୀ ଦୁର୍ନୀତି ମାମଲା; ଆଜି ତେଜସ୍ୱୀଙ୍କୁ ଜେରା କରିବ ଇଡି

ଜମି ବଦଳରେ ଚାକିରୀ ଦୁର୍ନୀତି ମାମଲା; ଆଜି ତେଜସ୍ୱୀଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ : ଜମି ବଦଳରେ ଚାକିରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମଙ୍ଗଳବାର ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଜେରା କରାଯିବ ବୋଲି ଜଣାପଡିଛି । ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ପୂର୍ବରୁ ତେଜସ୍ୱୀଙ୍କୁ ସମନ ଜାରି କରାଯାଇଛି । ପୂର୍ବରୁ ଏହି ମାମଲାରେ ଇଡି ପକ୍ଷରୁ ଗତମାସରେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ ଓ ତାଙ୍କ ସମ୍ପର୍କୀୟଙ୍କ ବିଭିନ୍ନ ସହରରେ ଥିବା ବାସଭବନ ଓ କାର୍ଯ୍ୟାଳୟ ଉପରେ ଚଢଉ କରାଯାଇ ଆପତ୍ତିଜନକ କାଗଜପତ୍ର, ସ୍ୱର୍ଣ୍ଣାଳଙ୍କାର ଓ ନଗଦ ଟଙ୍କା ଜବତ କରାଯାଇସାରିଛି ।

ଆରଜେଡି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରାଯାଇଛି । ସୂଚନାଯୋଗ୍ୟ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ରେଳମନ୍ତ୍ରୀ ଥିବାବେଳେ ଲାଲୁଙ୍କ ନିର୍ଦ୍ଦେଶକ୍ରମେ ‘ଜମି ବଦଳରେ ଚାକିରୀ’ ଦୁର୍ନୀତିର ସୂତ୍ରପାତ ହୋଇଥିଲା । ଯେଉଁ ବ୍ୟକ୍ତିମାନେ ପାଟନାରେ ଥିବା ନିଜର ଜମିକୁ ଶସ୍ତାମୂଲ୍ୟରେ ଲାଲୁଙ୍କ ପରିବାରକୁ ବିକ୍ରି କରିବାକୁ ରାଜି ହେଉଥିଲେ, ସେମାନଙ୍କୁ ରେଳବାଇରେ ଗ୍ରୁପ୍‌-ଡି’ ପଦରେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଉପାୟରେ ୭.୫ ଲକ୍ଷରେ କିଣାଯାଇଥିବା ଏକ ଜମିକୁ ଲାଲୁଙ୍କ ପରିବାର ପରବର୍ତ୍ତୀ ସମୟରେ ୩.୫ କୋଟି ଟଙ୍କାରେ ବିକ୍ରି କରିଥିବାର ପ୍ରମାଣ ଇଡିଙ୍କ ହସ୍ତଗତ ହୋଇଛି । ସିବିଆଇ ପକ୍ଷରୁ ଏହି ମାମଲାର ପୃଥକ ତଦନ୍ତ କରାଯାଉଥିବାବେଳେ ୩ ଜଣଙ୍କକୁ ଗିରଫ କରାଯାଇଛି ଏବଂ ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking