21.1 C
Bhubaneswar
Thursday, February 5, 2026
Homeଓଡିଶାପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ; ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ; ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ବ୍ଲକରେ ଗ୍ରାମୀଣ ଗୃହନିର୍ମାଣ ଯୋଜନାରେ ଗରିବ ଏବଂ ବାସହରା ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁସବୁ ଘର ମଂଜୁର କରାଯାଉଛି ସେଗୁଡିକ ହିତାଧିକାରୀମାନଙ୍କୁ ଦିଆଯାଉନଥିବାରୁ ସେମାନେ ବର୍ଷବର୍ଷଧରି ଶୀତକାକର ଓ ଖରାବର୍ଷାରେ ପଡିରହିଛନ୍ତି। ଏହି ବ୍ଲକରେ କାର୍ଯ୍ୟରତ ବ୍ଲକ ପ୍ରକଳ୍ପ ସଂଯୋଜକ ଏବଂ ବ୍ଲକ ପ୍ରକଳ୍ପ ସହାୟକଙ୍କ ଦାୟିତ୍ୱ ହେଉଛି ତାଲିକାରେ ଥିବା ହିତାଧିକାରୀମାନଙ୍କୁ ଘର ନିର୍ମାଣ ପାଇଁ ୱାର୍କଅର୍ଡର ଦେବା ଏବଂ ଯେଉଁମାନେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ସେମାନଙ୍କୁ କିସ୍ତିଟଙ୍କା ଦେବା। ଏମାନେ ଗୋଟିଏ ଗୋଟିଏ ବ୍ଲକରେ ୫/୬ ବର୍ଷରୁ ଅଧିକ ରହିବା ଫଳରେ ଏହି ସମସ୍ୟା ଦେଖାଦେଇଛି। ତୁରନ୍ତ ଏମାନଙ୍କୁ ବଦଳି କରାନଗଲେ ୨୦୨୬ ଆଧିକ ବର୍ଷରେ ଯୋଗ୍ୟ ହିତାଧିକାରୀ ତାଲିକାରୁ ବଞ୍ôଚତ ହେବାର ଯଥେଷ୍ଟ ସମ୍ବାବନା ରହିଛି। କିନ୍ତୁ ଯେଉଁମାନେ ୱାର୍କଅର୍ଡର ପାଇଛନ୍ତି ସେମାନଙ୍କୁ କିସ୍ତି ଟଙ୍କା ଦେଉନଥିବାରୁ ସେମାନଙ୍କ ଘର ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଯେଉଁମାନେ ଗୋଟିଏ ବ୍ଲକରେ ୩ ବର୍ଷରୁ ଅଧିକ ସମୟ ରହିଲେଣି ସେମାନଙ୍କୁ ବଦଳି କରିବା ପାଇଁ ରାଜ୍ୟ ସରକାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ସତ୍ୱେ ଏହି ବ୍ଲକରେ ତାହା କାର୍ଯ୍ୟକାରୀ ହେଉନାହିଁ। ଦାୟିତ୍ୱରେ ଥିବା ଅଧିକାରୀମାନେ ୫/୬ ବର୍ଷରୁ ଅଧିକ ସମୟ ରହିବା ଫଳରେ ଗରିବ ଲୋକଙ୍କୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘରର ୱାର୍କ ଅର୍ଡରଦେବା କିମ୍ବା କିସ୍ତିଟଙ୍କା ଦେବାରେ ଅହେତୁକ ବିଳମ୍ବ କରୁଛନ୍ତି। ଆବାସଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନରେ ବ୍ଲକ ସଂଯୋଜକ ଏବଂ ବ୍ଲକ ସହାୟକ ନାମରେ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ହେଉଛି। ଗୋଟିଏ ଗୋଟିଏ ବ୍ଲକରେ ଏମାନେ ବହୁଦିନଧରି ରହିବାଦ୍ୱାରା ଏହି ସମସ୍ୟା ଦେଖାଦେଇଛି।

ଏମାନଙ୍କୁ ବଦଳି କରାନଗଲେ ଆଗକୁ ଯୋଗ୍ୟ ହିତାଧିକାରୀ ଚୟନରେ ଲାଞ୍ଚ କାରବାର ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେମାନେ ଗୋଟିଏ ବ୍ଲକରେ ଅଧିକ ବର୍ଷ ରହିଥିବାରୁ ଗରିବ ଲୋକଙ୍କପ୍ରତି ସହାନୁଭୂତିଶୀଳ ହେଉନଥିବା ଅଭିଯୋଗ ହେଉଛି। ସେମାନେ ମନମୁଖି କାର୍ଯ୍ୟ କରୁଥିବା ସତ୍ୱେ ବ୍ଲକ ଉନ୍ନୟନ ଅଧିକାରୀ କିମ୍ବା ଜିଲାପାଳ ସେମାନଙ୍କ ପ୍ରତି କୋହଳ ମନୋବୃତ୍ତି ପ୍ରଦର୍ଶନ କରୁଥିବାରୁ ଏବଂ ସେମାନଙ୍କ ବିରୋଧରେ ଅଭିଯୋଗଗୁଡିକୁ ତଦନ୍ତ କରାଯାଉନଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏମାନଙ୍କ ମନମୁଖି କାର୍ଯ୍ୟ ଫଳରେ କେନ୍ଦ୍ରାପଡା ବ୍ଲକରେ ଏକ ହଜାରରୁ ଅଧିକ ହିତାଧିକାରୀ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ନପାଇ କିମ୍ବା କାର୍ଯ୍ୟାଦେଶ ପାଇ କିସ୍ତିଟଙ୍କାନପାଇ ହଇରାଣ ହରକତ ହେଉଛନ୍ତି। ତେଣୁ ଏମାନଙ୍କୁ ଅନ୍ୟତ୍ର ବଦଳି କରାଯାଇ ଏମାନଙ୍କ ସ୍ଥାନରେ ନୂତନ ଅଧିକାରୀମାନଙ୍କୁ ଅବସ୍ଥାପିତ କରିବା ପାଇଁ ଗରିବ ହିତାଧିକାରୀମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏହା କରାଗଲେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଗୃହ ଯୋଗାଣରେ କୌଣସି ଅସୁବିଧା ହେବନାହିଁ ଏବଂ ସରକାରଙ୍କ ଗୃହ ନିର୍ମାଣ ଯୋଜନା ସଫଳ ହେବବୋଲି ସେମାନେ ଜିଲାପାଳଙ୍କୁ ଅବଗତ କରିଛନ୍ତି। ଅନ୍ତୋର୍ଦୟ ଗୃହ ଯୋଜନାରେ ଅନେକ ଯୋଗ୍ୟ ହତାଧିକାରୀମାନଙ୍କୁ ବାଦ୍‌ଦିଆଯାଇ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଗୃହର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।

ଏ ସଂପର୍କରେ ଜିଲାପାଳଙ୍କ ନିକଟରେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଆଶାଲତା ରାଉତ ଜିଲାପାଳଙ୍କ ଜନଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ ଅନ୍ତୋର୍ଦୟ ଗୃହ ଯୋଜନାରେ କେଶପୁର, ପୁରୁଷୋତ୍ତମପୁର, ନିକିରାଇ, ଏବଂ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ବ୍ଲକ ପ୍ରକଳ୍ପ ସଂଯୋଜକ ଏବଂ ସହାୟକଙ୍କ ବଦଳି ପାଇଁ ସାଧାରଣରେ ଦାବି ହେଊଛି। କେନ୍ଦ୍ରାପଡାଜିଲାରେ ୯ଟି ବ୍ଲକରେ ବ୍ଲକ ପ୍ରକଳ୍ପ ସଂଯୋଜକମାନେ ୫/୬ ବର୍ଷରୁ ଅଧିକ ରହିବା ଫଳରେ ସେମାନଙ୍କ ମନମାନୀ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲାପାଳ ରଘୁରାମ ଆର. ଆୟରଙ୍କ ମତାମତ ନିଆଯିବାରୁ ସେ କହିଲେ ଯେ କେବଳ କେନ୍ଦ୍ରାପଡା ବ୍ଲକ ନୁହେଁ ଜିଲାର ୯ଟିଯାକ ବ୍ଲକରେ ଏହିଭଳି ଅବ୍ୟବସ୍ଥା ଲାଗିରହିଛି। ଯଦି ଏମାନଙ୍କୁ ବଦଳି କରାନଯାଏ ଆଗକୁ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଯୋଗ୍ୟହିତାଧିକାରୀମାନେ ବାଦପଡିବାର ସମ୍ଭାବନା ରହିଛି। ଯାହାଫଳରେକି ଗରିବ ଲୋକମାନେ ସେମାନଙ୍କର ସମସ୍ତ ଯୋଗ୍ୟତାଥାଇ ମଧ୍ୟ ସେମାନେ ପକ୍କାଘର ପାଇବାରୁ ବଞ୍ôଚତ ହେଉଛନ୍ତି। ଏ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking