25.1 C
Bhubaneswar
Thursday, October 24, 2024
Homeଓଡିଶାଦୁର୍ନୀତିଗ୍ରସ୍ତ ଏଏସ୍‌ଆଇ ଚାକିରିରୁ ବିଦା

ଦୁର୍ନୀତିଗ୍ରସ୍ତ ଏଏସ୍‌ଆଇ ଚାକିରିରୁ ବିଦା

ଭୁବନେଶ୍ୱର: ଅବକାରୀ କମିଶନର ନରସିଂହ ଭୋଳ ବେଆଇନ ମଦ କାରବାରରୁ ଲାଞ୍ଚ ନେଇ ଦୁର୍ନୀତି କରିଥିବା ଅଭିଯୋଗରେ କଟକ ଜିଲ୍ଲା ଅବକାରୀ ଏଏସଆଇ ନିରଞ୍ଜନ ଖଟୁଆଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ତାଙ୍କ ବିରୋଧରେ ଏ ସଂକ୍ରାନ୍ତରେ ଅନେକ ଅଭିଯୋଗ ଆସିଥିଲା । ଆଇଟି ଆପ୍ଲିକେସନ୍ ମାଧ୍ୟମରେ ତଦନ୍ତରୁ ବେଆଇନ ମଦ କାରବାରରେ ମଦ ବେପାରୀଙ୍କ ସହ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣିତ ହୋଇଥିଲା । ଏହା ପୂର୍ବରୁ ମଧ୍ୟ ଗୋଟିଏ ବିଦେଶୀ ମଦ ଦୋକାନରେ ମଦ ବେପାରୀଙ୍କ ସହ ମଦ ପିଇବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଜାରି ରହିଛି । ଚାକିରିରେ ରହି ବେଆଇନ ମଦ କାରବାର ରୋକିବା ଦିଗରେ ସେ ଦାୟିତ୍ୱ ତୁଲାଇବା ପରିବର୍ତ୍ତେ ବେଆଇନ ମଦ ବେପାରୀମାନଙ୍କୁ ସୁରକ୍ଷା ଦେବା ଏବଂ ମଦ ମାଫିଆଙ୍କ ସହ ହାତ ମିଳାଇ ଥିବାର ଯଥେଷ୍ଟ ପ୍ରମାଣ ରହିଛି ।

ସେ କେବଳ ନିଜକୁ ଅପମାନିତ କରିନାହାନ୍ତି, ବରଂ ତାଙ୍କ କାର୍ଯ୍ୟ ଅବକାରୀ ବିଭାଗର ସ୍ୱାର୍ଥ ବିରୋଧୀ । ବେଆଇନ ମଦ କାରବାରରେ ମଦ ବେପାରୀଙ୍କ ସହ ତାଙ୍କର ମିଳାମିଶା ଜଣେ ସରକାରୀ କର୍ମଚାରୀଙ୍କ ପାଇଁ ନୀତି ବିରୁଦ୍ଧ ଓ ଅଗ୍ରହଣୀୟ । ତେଣୁ ଭାରତୀୟ ସମ୍ବିଧାନର ନିୟମ ୩୧୧(୨) (ଖ) ଅନୁଯାୟୀ ଜନସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ପାଞ୍ଚ ମାସ ମଧ୍ୟରେ ୫ ଜଣ ଅବକାରୀ କର୍ମଚାରୀଙ୍କୁ ସେମାନଙ୍କ ବେଆଇନ କାର୍ଯ୍ୟପାଇଁ ବହିଷ୍କାର କରାଯାଇଛି । ଅବକାରୀ ବିଭାଗର ସଚ୍ଚୋଟତା ଓ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଅବକାରୀ ବିଭାଗର ଦୁର୍ନୀତିଗ୍ରସ୍ତ/ ଅପାରଗ ସଦସ୍ୟଙ୍କୁ ବହିଷ୍କାର/ହଟାଇବା ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking