ନୂଆଦିଲ୍ଲୀ: ଭାରତରେ ବିଦେଶୀ ନାଗରିକଙ୍କ ସହିତ ମହାମାରୀ କରୋନା ଭାଇରସ ସଂଖ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୮ ହଜାର ୬୦୧ରେ ପହଂଚିଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓାଲ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଦେଶରେ ଏବେ କରୋନା ପାଇଁ ୫୯୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ବର୍ତମାନ ୧୪,୭୫୯ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି । ଅନ୍ୟପଚେ ୨୪ ଘଣ୍ଟା ମଧ୍ୟରେ କରୋନା ମାମଲାରେ ୯୪୫ଟି ନୂଆ ମାମଲା ଆସିଥିବା ବେଳେ ୩୧ ଜଣ ଏଥିପାଇଁ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ସଂକ୍ରମିତ ହୋଇଥିବା ୪୧୦ ଜଣ ସୁସ୍ଥ ହୋଇଥିବା ବେଳେ ଏହି ସଂଖ୍ୟା ଏବେ ୩୨୫୨ରେ ପହଂଚିଛି । ଗତ ୨୮ ଦିନ ଭିତରେ ଏହି ୩ ଜିଲ୍ଲାରେ କରୋନାର କୌଣସି ନୂଆ ମାମଲା ଆସିନାହିଁ । ଯେଉଁଥିରେ ପ୍ରତାପଗଡ ଜିଲ୍ଲା ଏବଂ ରାଜସ୍ଥାନ ସାମିଲ ରହିଛି । ଦେଶରେ ଏମିତି ୬୧ ଜିଲ୍ଲା ଅନ୍ତର୍ଭୁକ୍ତ ରହିଛନ୍ତି, ଯେଉଁଠି ଗତ ୧୪ ଦିନ ଭିତରେ କୌଣସି ନୂଆ ମାମଲା ଆସିନାହିଁ ।
ସେହିଭଳି ଆଇସିଏମଆର ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ କୌଣସି ରାଜ୍ୟରେ ରାପିଡ ଟେଷ୍ଟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷାରେ ତ୍ରୁଟି ରହିଥିବାରୁ ଏହି ନିଷ୍ପତି ନିଆଯାଇଥିବା ନେଇ ସୂଚନା ଦିଆଯାଇଛି । ଏହାସହ ଶ୍ରୀ ଗଙ୍ଗାଖେଡକର କହିଛନ୍ତି ଯେ, ଏପର୍ଯ୍ୟନ୍ତ ୪, ୪୯,୮୧୦ ଟେଷ୍ଟ କରାସରିଛି ।
ତେବେ ଏହାକୁ ବାଦ୍ ଦେଲେ ମହାମାରୀ କରୋନା ଭାଇରସ ଏଯାବତ୍ ୩୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଗ୍ରାସ କରିସାରିଛି । ତେବେ ଏହାଦ୍ୱାରା ମହାରାଷ୍ଟ୍ର ରେ ୨୩୨ ଜଣଙ୍କର ମୃତ୍ୟୁ ହୋଇସାରିଛି । ଯେତେବେଳେ କି ମଧ୍ୟ ପ୍ରଦେଶରେ କରୋନା ଭାଇରସ ୭୪ ଜଣଙ୍କ ମୁଣ୍ଡ ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।