ନୂଆଦିଲ୍ଲୀ: ସାରାଦେଶରେ ଏପର୍ଯ୍ୟନ୍ତ କରୋନାର ଡଲେଟା ପ୍ଲସ ଭାରିଏଣ୍ଟର ୫୧ଟି ମାମଲା ସାମ୍ନାକୁ ଆସିଛି । ମୋଟ ୧୨ ରାଜ୍ୟରେ ଏହି ମାମଲା ରେକର୍ଡ ହୋଇଛି । ଏଥିରୁ ସବୁଠୁ ଅଧିକ ୨୨ଟି ମାମଲା ମହାରାଷ୍ଟ୍ରରୁ ଆସିଛି । ତାମିଲନାଡୁରେ ଡେଲଟା ପ୍ଲସ ର ୯ଟି ମାମଲା ଆସିଛି । ଯେତେବେଳେ କି ମଧ୍ୟପ୍ରଦେଶରେ ୭, କେରଳରେ ୩, ପଂଜାବ ଓ ଗୁଜୁରାଟରେ ୨-୨, ଆନ୍ଧ୍ରପ୍ରଦେଶ, ଓଡିଶା, ରାଜସ୍ଥାନ, ଜମ୍ମୁକଶ୍ମୀର, ହରିୟାଣା, କର୍ଣ୍ଣାଟକରେ ୧-୧ ମାମଲା ସାମ୍ନାକୁ ଆସିଛି ।
ଏନସିଡିସି ସହିତ ୧୦ ସଂସ୍ଥା ଦେଶରେ କରୋନା ଭାଇରସ ଜିନମ ଅନୁକ୍ରମଣ ପାଇଁ ଲାଗିଛନ୍ତି । ଏନସିଡିସିର ନିର୍ଦ୍ଦେଶକ ସୁଜିତ ସିଂହ କହିଛନ୍ତି, ଏହି ଡେଲଟା ପ୍ଲସ ମାମଲା ବହୁତ ସୀମିତ । ପ୍ରାୟ ୫୦ ମାମଲା ରହିଛି । ଯାହା ୧୨ ଜିଲ୍ଲାରେ ସାମ୍ନାକୁ ଆସିଛି ଓ ଏହା ଗତ ତିନି ମାସରେ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଜିଲ୍ଲାରେ ପ୍ରାଥମିକତା ଆଧାରରେ ଟିକାକରଣ ବଢାଇବା ସହିତ ଭିଡ ରୋକିବା ଭଳି ପଦକ୍ଷେପ ନେବାରୁ କରୋନା ଭାଇରସର ଡେଲଟା ପ୍ଲସ ଭାରିାଣ୍ଟର ସନ୍ଧାନ ମିଳିଲା ।