18.1 C
Bhubaneswar
Saturday, November 23, 2024
Homeଓଡିଶାଘାରିଲାଣି କୋରୋନା ଭୟ; ପ୍ରିକସନ ନନେଲେ ଆଗକୁ ସ୍ଥିତି ଚିନ୍ତାଜନକ ହୋଇପାରେ

ଘାରିଲାଣି କୋରୋନା ଭୟ; ପ୍ରିକସନ ନନେଲେ ଆଗକୁ ସ୍ଥିତି ଚିନ୍ତାଜନକ ହୋଇପାରେ

ଭୁବନେଶ୍ୱର: ପୁଣି ଡରାଇଲାଣି କରୋନା । ଗତ ୨୪ ଘଣ୍ଟାରେ ୩ଜଣ ସଂକ୍ରମିତ ଚିହ୍ନଟ ହେବା ପୁଣି ଚିନ୍ତା ବଢାଇ ଦେଇଛି । ଯଦିଓ ରାଜ୍ୟରେ କରୋନାର ସ୍ଥିତି ଚିନ୍ତାଜନକ, ନୁହେଁ ତେବେ ଆଗକୁ ଚିନ୍ତାଜନକ ସ୍ଥିତି ହୋଇପାରେ ବୋଲି କୁହାଯାଉଛି । ଏନେଇ ସ୍ୱାସ୍ଥ୍ୟରୋଗ ବିଶେଷଜ୍ଞ ଡାକ୍ତର ସତ୍ୟ ମହାନ୍ତି କହିଛନ୍ତି, “କୋଭିଡର ଏହି ଭାରିଆଣ୍ଟ ଅତ୍‌ଯଧିକ ଟ୍ରାନସମିସିବୁଲ । ଅର୍ଥାତ ଏହା ସହଜରେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ବ୍ୟାପିବାର ସମ୍ଭାବନା ଅଧିକ ଥାଏ । ତେଣୁ ପ୍ରିକସନ୍ସ ନନେଲେ ସ୍ଥିତି ଭୟାବହ ହେବାର ସମ୍ଭାବନା ଅଧିକ । ୩ବର୍ଷ ତଳେ କୋଭିଡ ସଂକ୍ରମଣ ବେଳେ ଯାହା ପ୍ରିକସନ୍ସ ନେଉଥିଲେ ଏବେବି ସେହି ପ୍ରିକସନ୍ସ ନେବାକୁ ପଡିବ ।

ଏଥର ସଂକ୍ରମଣର ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ଯେଉଁମାନଙ୍କୁ ୩ବର୍ଷ ତଳେ ସଂକ୍ରମଣ ହୋଇସାରିଛି ଏବଂ ଯେଉଁମାନେ ସଂକ୍ରମଣରେ ଗୁରୁତର ହୋଇଥିଲେ ସେମାନେ ଏଥର ବି ଗୁରୁତର ହେବାର ଆଶଙ୍କା ରହିଛି । ତେଣୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଟ୍ରାନ୍ସସମିଶନକୁ ପ୍ରିଭେଣ୍ଟ କରିବା । ସଂକ୍ରମଣ ବ୍ୟାପିବାକୁ ରୋକିବା । ଡାକ୍ତରଙ୍କ ସୂଚନା ଅନୁଯାୟୀ, ଭାଇରସ ସଂକ୍ରମଣ କରିବା ପରେ ଲକ୍ଷଣ ଦେଖା ଦେବାକୁ ୨ରୁ ୩ଦିନ ସମୟ ଲାଗେ । ଲକ୍ଷଣ ଦେଖା ଦେବା ପୂର୍ବ ୨ ଦିନ ଏବଂ ପର ୨ଦିନ ବେଶୀ ବ୍ୟାପିଥାଏ କୋଭିଡ । ଲକ୍ଷଣ ଦେଖାଦେବା ପୂର୍ବରୁ ଆମେ ଜାଣିପାରିବା ନାହିଁ କି ସଂକ୍ରମଣ ଅଛି କି ନାହିଁ । ମାସ୍କ ପିନ୍ଧିବା, ମୁହଁରେ କପଡା ବାନ୍ଧିବା, ଏଣେତେଣେ କଫ ନକାଇବା ଇତ୍ୟାଦି ହେଉଛି ଏହାର ଲକ୍ଷଣ । ଦେହରେ ଭାଇରସ ସଂକ୍ରମଣ କରିବାର ୨ରୁ ୩ଦିନ ପରେ ଲକ୍ଷଣ ଦେଖାଯାଏ । ସାଧାରଣ ଥଣ୍ଡା ଜ୍ୱରର ଯେଉଁ ସବୁ ଲକ୍ଷଣ ଥାଏ ସେହି ସବୁ ଲକ୍ଷଣ ଦେଖାଯାଏ ।

ଯଥା ଜ୍ୱର ହେବା, କାଶ ହେବା, କମ୍ପ ହେବା, ନାକ ଚୋକ୍ କରିବା, ଛିଙ୍କ ହେବା ଏବଂ ବେଳେ ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା । ସେହିପରି ଲଗାତାର ଅଧିକ ସମୟ ଧରି କାଶ ହେବା, ଦିନକୁ ୨ରୁ ୩ଥର ଏପରି କାଶ ହେବା, ଲମ୍ବା ସମୟ ଧରି କାଶ ହେବା ମଧ୍ୟ କୋଭିଡର ଲକ୍ଷଣ । “ଯଦି ଏସବୁ ଲକ୍ଷଣ ଦେଖାଯାଏ, ତେବେ ଜାଣିନେବା ଉଚିତ କି ସଂକ୍ରମଣ ହୋଇଛି । ୩ ରୁ ୪ଦିନ ଏପରି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପାଖକୁ ଯିବା ଠିକ ହେବ । ପ୍ରାରମ୍ଭିକ ସ୍ତରରେ ଥଣ୍ଡା ଜ୍ୱର ମେଡିସିନ ଖାଇପାରିବେ କିନ୍ତୁ ୩ରୁ ୪ଦିନ ପରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ହେବ । ଯେଉଁମାନେ ପୂର୍ବରୁ କୋଭିଡ ଟିକା ନେଇସାରିଛନ୍ତି, ସେମାନଙ୍କ ଶରୀରର ଇମ୍ୟୁନିଟି ପାୱାର ଅଧିକ ରହିଥାଏ । ତେଣୁ ଏ କ୍ଷେତ୍ରରେ ସଂକ୍ରମଣ ହେବ ନାହିଁ ବୋଲି କହିହେବ ନାହିଁ । ସଂକ୍ରମଣର ମାତ୍ରା କମ୍ ରହିଥାଏ । ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କ ତୁଳନାରେ କମ୍ ସଂକ୍ରମଣ ହୋଇଥାଏ । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ଯଦି ସତର୍କ ନରହିବା ତେବେ ଓଡିଶାରେ ଆଗକୁ ସ୍ଥିତି ମଧ୍ୟ ଚିନ୍ତାଜନକ ରହିପାରେ” ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking