ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ଆଜି ପୁଣି ୭୫୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୩୮ ଓ ସ୍ଥାନୀୟ ଅଞ୍ଚଳରୁ ୩୧୬ ଜଣ ଚିହ୍ନଟ ହେବା ସହ ୧୦୮ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୪୩ ଜଣ, ବରଗଡ଼ ଜିଲ୍ଲାରୁ ୧ଜଣ, ଭଦ୍ରକ ଜିଲ୍ଲାରୁ ୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୪ ଜଣ , ବୌଦ୍ଧ ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୧୧୦ଜଣ, ଦେଓଗଡ଼ ଜିଲ୍ଲାରୁ ୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୯ ଜଣ, ଗଜପତି ଜିଲ୍ଲାରୁ , ଗଞ୍ଜାମ ଜିଲ୍ଲାରୁ ୪ଜଣ, ଜଗତସିଂହପୁର ଜିଲ୍ଲାରୁ ୨୫ଜଣ, ଯାଜପୁର ଜିଲ୍ଲାରୁ ୨୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧ଜଣ, କଳାହାଣ୍ଡି ୨ ଜଣ, କନ୍ଧମାଳ ଜିଲ୍ଲାରୁ ୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୯ଜଣ, କେନ୍ଦୁଝର ଜିଲ୍ଲାରୁ ୧୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୬୧ ଜଣ, କୋରାପୁଟ ଜିଲ୍ଲାରୁ ୬ ଜଣ, ମାଲକାନାଗିରି ଜିଲ୍ଲାରୁ ୯ , ମୟୁରଭଞ୍ଜ ଜିଲ୍ଲାରୁ ୨୩ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨ ଜଣ, ନୟାଗଡ଼ ଜିଲ୍ଲାରୁ ୧୩ ଜଣ, ନୂଆପଡା ଜିଲ୍ଲାରୁ ୭ ଜଣ ,ପୁରୀ ଜିଲ୍ଲାରୁ ୨୮ ଜଣ, ରାୟଗଡ଼ା ଜିଲ୍ଲାରୁ ୯ଜଣ, ସମ୍ବଲପୁର ଜିଲ୍ଲାରୁ ୧୩ଜଣ, ସୋନପୁର ଜିଲ୍ଲାରୁ ଜଣ , ସୁନ୍ଦରଗଡ଼ ଜିଲ୍ଲାରୁ ୨୬ଜଣ, ଷ୍ଟେଟ ପୁଲ୍ରୁ ୫୯ ଜଣ ରହିଛନ୍ତି। ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯ ହଜାର ୨୨୩ରେ ପହଞ୍ଚିଛି ।
ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୯୩ ହଜାର ୯୦୧ ରହିଥିବା ବେଳେ ୭ ହଜାର ୨୪୧ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଦୈନିକ ସଂକ୍ରମଣ ତଳମୁହାଁ ହୋଇଥିବାବେଳେ ଶିଶୁ ସଂକ୍ରମଣ ବଢ଼ିବାରେ ଲାଗିଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କରିଛନ୍ତି ଯେ ପୂର୍ବରୁ ପ୍ରଥମ ଲହରରେ ୮% ଶିଶୁ ସଂକ୍ରମିତ ହୋଇଥିଲେ । ଦ୍ୱିତୀୟ ଲହରରେ ଅର୍ଥାତ୍ ଜୁଲାଇ ପର୍ଯ୍ୟନ୍ତ ୧୦% ଶିଶୁ ଆକ୍ରାନ୍ତ ହେଲେ । କିନ୍ତୁ ଅଗଷ୍ଟ ଶେଷ ସୁଦ୍ଧା ଶିଶୁ ସଂକ୍ରମଣ କିଛି ମାତ୍ରାରେ ବୃଦ୍ଧି ପାଇଛି । ଯେହେତୁ ତୃତୀୟ ଲହରରେ ଶିଶୁ ସଂକ୍ରମଣ ଅଧିକ ରହିବ, ସେହି ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ପଦକ୍ଷେପ ନେଉଛି । ୮୫% ପିଲା ଲକ୍ଷଣ ବିହୀନ ରହୁଛନ୍ତି । ମାତ୍ର ୫% ପିଲା ହସ୍ପିଟାଲରେ ଆଡମିଟ୍ ହୋଇପାରନ୍ତି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ ତୃତୀୟ ଲହରରେ ବାପା ମାଆଙ୍କ ମାଧ୍ୟମରେ ସଂକ୍ରମଣ ପିଲାଙ୍କ ପାଖକୁ ଆସିବ । ତେଣୁ ବାପାମାଆ ସଚେତନ ନହେଲେ ପିଲାଙ୍କୁ ଏହା ସଂକ୍ରମିତ କରିବ । କରୋନା ଭୂତାଣୁ ଆମ ଆଖପାଖରେ ରହିଛି । ତେଣୁ ସତର୍କ ରହିବାକୁ ପଡ଼ିବ । ସମସ୍ତଙ୍କର ଧାରଣା ଅଛି ଟିକା ନେଲେ ସଂକ୍ରମଣ ହେବନି । ହେଲେ ଟିକା ନେଲେ ସଂକ୍ରମଣ ସମ୍ଭାବନା ବି ଅଛି । ଟିକା ନେବା ପରେ ସଂକ୍ରମିତ ହେଲେ ଏହାର ଲକ୍ଷଣ ଦେଖାଯିବନି । ତେଣୁ ବାପା ମା’ ପିଲାଙ୍କ ପାଇଁ କରୋନା ବାହାକ ସାଜିବାର ସମ୍ଭାବନା ରହିଛି । ତେଣୁ ପିଲାମାନେ ଅଧିକ ସଂକ୍ରମିତ ହେବେ । କଟକଣା କୋହଳ ହୋଇଥିବାରୁ ଖାମଖିଆଲ ନ ହୋଇ କୋଭିଡ୍ ନିୟମ ମାନିବା ଦରକାର ବୋଲି ସେ କହିଛନ୍ତି ।