19.1 C
Bhubaneswar
Friday, November 22, 2024
Homeଓଡିଶାରାଜ୍ୟରେ ୧୬୩୭ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ରାଜ୍ୟରେ ୧୬୩୭ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ପୂର୍ବରୁ କିଛିଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ତଳକୁ ଖସିଥିଲା । ଗତ ପାଞ୍ଚଦିନ ହେଲା ସଂକ୍ରମଣ ୨ ହଜାର ତଳେ ରହୁଥିବା ଦେଖାଯାଉଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଏହା ମଧ୍ୟରେ ଆଜି ୧୬୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୪୯ ଓ ସ୍ଥାନୀୟ ଅଞ୍ଚଳରୁ ୬୮୮ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୦୦ ଜଣ, ବାଲେଶ୍ୱରରୁ ୫୭ ଜଣ, ବରଗଡ଼ରୁ ୧୧ ଜଣ, ଭଦ୍ରକରୁ ୭୧ ଜଣ, ବଲାଙ୍ଗୀରରୁ ୮ ଜଣ, ବୌଦ୍ଧରୁ ୯, କଟକରୁ ୨୫୦ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୫୦ ଜଣ, ଗଜପତିରୁ ୧୬ ଜଣ, ଗଞ୍ଜାମରୁ ୧୬ ଜଣ, ଜଗତସିଂହପୁରରୁ ୮୫ ଜଣ, ଯାଜପୁରରୁ ୮୦ ଜଣ, ଝାରସୁଗୁଡ଼ାରୁ ୬ ଜଣ, କଳାହାଣ୍ଡିରୁ ୭ ଜଣ, କନ୍ଧମାଳରୁ ୩୬ ଜଣ, କେନ୍ଦ୍ରାପଡ଼ାରୁ ୭୬ ଜଣ, କେଉଁଝରରୁ ୧୮ ଜଣ, ଖୋର୍ଦ୍ଧାରୁ ୩୫୦ ଜଣ, କୋରାପୁଟରୁ ୯ ଜଣ, ମାଲକାନଗିରିରୁ ୯ ଜଣ, ମୟୁରଭଞ୍ଜରୁ ୭୫ ଜଣ, ନବରଙ୍ଗପୁରରୁ ୯ ଜଣ, ନୟାଗଡ଼ରୁ ୩୯ ଜଣ, ନୂଆପଡ଼ାରୁ ୧୪, ପୁରୀରୁ ୭୮ ଜଣ, ରାୟଗଡ଼ାରୁ ୧୪ ଜଣ, ସମ୍ୱଲପୁରରୁ ୧୩ ଜଣ, ସୋନପୁରରୁ ୧୧, ସୁନ୍ଦରଗଡ଼ରୁ ୬୧ ଓ ଷ୍ଟେଟ ପୁଲରୁ ୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୯ ହଜାର ୧୮୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୪୫ ହଜାର ୧୭୭ ରହିଥିବା ବେଳେ ୧୮ ହଜାର ୩୮୧ ଜଣ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking