28.1 C
Bhubaneswar
Monday, November 18, 2024
Homeଓଡିଶାରାଜ୍ୟରେ ୨୪ ଘଣ୍ଟାରେ ୨୧୪ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୨୧୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୮୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୩୦ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୧୩୫୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

୨୫ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫୬ ଜଣ, କଟକରୁ ୨୮ ଜଣ, ସୁନ୍ଦରଗଡ଼ରୁ ୨୨ ଜଣ, କଳାହାଣ୍ଡିରୁ ୧୧ ଜଣ, ବଲାଙ୍ଗୀରରୁ ୧୦ ଜଣ, ସମ୍ବଲପୁରରୁ ୯ ଜଣ, ନୂଆପଡ଼ାରୁ ୮ ଜଣ, କେନ୍ଦ୍ରାପଡ଼ାରୁ ୭ ଜଣ, ଢ଼େଙ୍କାନାଳ, ଜଗତସିଂହପୁର ଓ ସୋନପୁର ଜିଲ୍ଲାରୁ ୬ ଜଣ ଲେଖାଁଏ, ନୟାଗଡ଼ରୁ ୫ ଜଣ, ବାଲେଶ୍ବର, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଁଏ, ଦେବଗଡ଼, ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଁଏ, ଅନୁଗୁଳ ଜିଲ୍ଲାରୁ ଜଣେ ଏବଂ ଷ୍ଟେଟ୍ ପୁଲରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୩୧୩୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୬୬୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୨୦୪୫୦ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୩୩୯୭୩୪୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking