ଭୁବନେଶ୍ୱର: ରାଜ୍ୟରେ ଏକ ହଜାର ତଳକୁ ଖସିଲା କରୋନା ଦୈନିକ ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୮୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୩୫୬ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧୭୨ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୪୫, ବାଲେଶ୍ୱର ୨୧, ବରଗଡ ୨୧, ଭଦ୍ରକ ୧୨, ବଲାଙ୍ଗିର ୯, ବୌଦ୍ଧ ୨୦, କଟକ ୬୫, ଦେବଗଡ ୯, ଢେଙ୍କାନାଳ ୯, ଗଜପତିରୁ ୩୯ ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମରେ ୧୮, ଜଗତସିଂହପୁର ୧୫, ଯାଜପୁର ୪୫, ଝାରସୁଗୁଡା ୨୪, କଳାହାଣ୍ଡି ୧୦, କନ୍ଧମାଳ ୮, କେନ୍ଦ୍ରାପଡା ୨୫, କେନ୍ଦୁଝରରେ ୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ କୋରାପୁଟ ୭୧, ମାଲକାନଗିରି ୧୨, ମୟୂରଭଞ୍ଜ ୩୪, ନବରଙ୍ଗପୁର ୧୧, ନୟାଗଡ ୧୯, ନୂଆପଡା ୧୩, ପୁରୀ ୧୬, ରାୟଗଡା ୨୯, ସମ୍ବଲପୁର ୩୫, ସୋନପୁର ୧୮, ସୁନ୍ଦରଗଡ ୬୨ ଷ୍ଟେଟପୁଲରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୮୪୫ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୫୭ ହଜାର ୮୪୦ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୭୮ ହଜାର ୧୨୧କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୧ ହଜାର ୩୨୪ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।