ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୦୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭୯୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୮୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪୫୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୨ ଜଣ, ବାଲେଶ୍ୱରରୁ ୭୬ ଜଣ, ବରଗଡ଼ରୁ ୩୨ ଜଣ, ଭଦ୍ରକରୁ ୭୭ ଜଣ, ବଲାଙ୍ଗୀରରୁ ୭୬ ଜଣ, ବୌଦ୍ଧ ଜିଲ୍ଲାରୁ ୧୬, କଟକରୁ ୩୨୫ ଜଣ, ଦେବଗଡ଼ରୁ ୬୯ଜଣ, ଢେଙ୍କାନାଳରୁ ୭୧ ଜଣ, ଗଜପତିରୁ ୬୩, ଗଞ୍ଜାମରୁ ୪୬ ଜଣ, ଜଗତସିଂହପୁରରୁ ୭୪ ଜଣ, ଯାଜପୁରରୁ ୧୪୯ ଜଣ, ଝାରସୁଗୁଡ଼ାରୁ ୬୯ ଜଣ, କଳାହାଣ୍ଡିରୁ ୭୭ ଜଣ, କନ୍ଧମାଳରୁ ୨୪ ଜଣ, କେନ୍ଦ୍ରାପଡ଼ାରୁ ୪୯ ଜଣ, କେଉଁଝରରୁ ୩୯ ଜଣ, ଖୋର୍ଦ୍ଧାରୁ ୬୫୨ ଜଣ, କୋରାପୁଟରୁ ୪୪ ଜଣ, ମାଲକାନଗିରିରୁ ୩୩ ଜଣ, ମୟୁରଭଞ୍ଜରୁ ୧୦୯ ଜଣ, ନବରଙ୍ଗପୁରରୁ ୮୪, ନୟାଗଡ଼ରୁ ୧୧୦ ଜଣ, ନୂଆପଡ଼ାରୁ ୧୦୬ ଜଣ, ପୁରୀରୁ ୪୨ ଜଣ, ରାୟଗଡ଼ାରୁ ୪୦ ଜଣ, ସମ୍ୱଲପୁରରୁ ୭୫ ଜଣ, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୨୧୬ ଜଣ ଓ ଷ୍ଟେଟ ପୁଲରୁ ୧୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨,୫୨, ୩୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୦୧, ୫୪୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୪୨, ୦୯୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।