ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀ ଭୁବନେଶ୍ୱରରୁ ମିଳୁଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ତେବେ ଲୋକମାନେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମତ ଦେଉଛନ୍ତି । ଆଜି ୬୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୮୦ ଓ ସ୍ଥାନୀୟ ଅଞ୍ଚଳରୁ ୨୭୨ ଜଣ ଚିହ୍ନଟ ହୋଇଛନ୍ତି ।
Covid-19 Report For 9th October
New Positive Cases: 652
Of which 0-18 years: 92
In quarantine: 380
Local contacts: 272(Details of local contacts will be shared by concerned Dist Administration)
District Wise Cases:
1. Angul: 1
2. Balasore: 19
3. Bargarh: 3
4. Bhadrak: 7— I & PR Department, Odisha (@IPR_Odisha) October 10, 2021
ଏଥିସହ ୯୨ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୬୯୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୩୧୧ ରହିଥିବା ବେଳେ ୫ ହଜାର ୮୩ ଜଣ ଚିକିତ୍ସିତ ହେଉଛନ୍ତି ।
5. Balangir: 3
6. Cuttack: 70
7. Deogarh: 1
8. Dhenkanal: 1
9. Gajapati: 6
10. Ganjam: 6
11. Jagatsinghpur: 15
12. Jajpur: 10
13. Jharsuguda: 1
14. Kendrapada: 26
15. Khurda: 331
16. Koraput: 1
17. Mayurbhanj: 29
18. Nayagarh: 6
19. Nuapada: 1
20. Puri: 14
21. Rayagada: 2— I & PR Department, Odisha (@IPR_Odisha) October 10, 2021
ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।