ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଆଜି ଦେଶରେ ୪୦ ହଜାର ତଳେ କରୋନା ଦୈନିକ ମାମଲା ରହିଛି । ଗୋଟିଏ ଦିନରେ ଆଉ ୩୪,୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୯୧,୯୩୦ ଆକ୍ରାନ୍ତ । ଅନ୍ୟପଟେ ଆଜିର ରିପୋର୍ଟରେ ଦେଶରେ ୪୦୦ ତଳକୁ କରୋନା ଦୈନିକ ମୃତ୍ୟୁ ମାମଲା ଖସିଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ଆଉ ୩୪୬ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ସକ୍ରିୟ ଆକ୍ରାନ୍ତ ୪,୭୮,୮୮୨ ରହିଥିବା ବେଳେ, ଏଯାଏ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୫,୦୯,୦୧୧ ରହିଛି । ଦୈନିକ ପଜିଟିଭିଟି ହାର ୩.୧୯%କୁ ଖସିଛି । ସଂକ୍ରମଣକୁ ମାତ୍ ଦେବାକୁ ଦେଶରେ ଟିକାକରଣ କରାଯାଉଛି । ସାରା ଭାରତରେ ଏଯାଏ ୧,୭୨,୯୫,୮୭,୪୯୦ କୋଟି ଲୋକଙ୍କ ଟିକାକରଣ ହୋଇଛି ।