27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ କରୋନା

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ କରୋନା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ସଂକ୍ରମିତ ହୋଇଛନ୍ତି । ସୂଚନା ଅନୁସାରେ ତାଙ୍କର ସାମାନ୍ୟ ଲକ୍ଷଣ ଥିବାବେଳେ ସେ ଏବେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଟେଷ୍ଟ୍ ଏବଂ ବିଶ୍ରାମ ପାଇଁ ପରାମର୍ଶ ଦେଇଛି । ପ୍ରତିରକ୍ଷା ମନ୍ତ୍ରୀ ବୁଧବାର ଥଳସେନାର ଦିଲ୍ଲା ମାନେକ୍‌ଶା ସେଣ୍ଟର୍‌ରେ ଅନୁଷ୍ଠିତ କମାଣ୍ଡର କନ୍‌ଫରେନ୍ସରେ ଭାଗ ନେଇଥିଲେ ।

ସେହିପରି ସେ ଆଜି (ଗୁରୁବାର) ନୂଆଦିଲ୍ଲୀରେ ଭାରତୀୟ ବାୟୁସେନା କମାଣ୍ଡର୍‌ଙ୍କ ସମ୍ମେଳନରେ ଭାଗ ନେବାର ଥିଲା । ମାତ୍ର କରୋନା ପଜିଟିଭ୍ ହେବା ପରେ ସେ ଏଥିରେ ଅଂଶଗ୍ରହଣ କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking