19.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶଇଟାଲୀରୁ ଆସିଥିବା ୧୨୫ ବିମାନଯାତ୍ରୀଙ୍କୁ କରୋନା

ଇଟାଲୀରୁ ଆସିଥିବା ୧୨୫ ବିମାନଯାତ୍ରୀଙ୍କୁ କରୋନା

ଅମୃତସର: ଏକ ସ୍ୱତନ୍ତ୍ର ବିମାନରେ ଗୁରୁବାର ଇଟାଲୀରୁ ଆସି ପଞ୍ଜାବର ଅମୃତସରରେ ପହଞ୍ଚିଥିବା ୧୨୫ ଜଣ ଯାତ୍ରୀ କୋଭିଡ୍ ସଂକ୍ରମିତ ଥିବା ଜଣାପଡିଛି । ୧୭୯ ଯାତ୍ରୀଙ୍କୁ ନେଇ ଏହି ବିମାନଟି ଇଟାଲୀର ରାଜଧାନୀ ରୋମରୁ ଉଡାଣ ଭରିଥିଲା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ବିଦେଶରୁ ଆସୁଥିବା ପ୍ରତ୍ୟେକ ବିମାନଯାତ୍ରୀଙ୍କର ଏୟାରପୋର୍ଟରେ ଆର୍‌ଟି-ପିସିଆର କୋଭିଡ୍ ପରୀକ୍ଷା କରାଯିବ । ତଦନୁଯାୟୀ ଗୁରୁବାର ଏହି ଚାଟାର୍ଡ ବିମାନଟି ଅମୃତସରରେ ପହଞ୍ଚିବାପରେ ସବୁ ୧୭୯ ଯାତ୍ରୀଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା । ଏଥିମଧ୍ୟରୁ ୧୨୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ପ୍ରଥମେ ଉକ୍ତ ବିମାନଟି ଏୟାର ଇଣ୍ଡିଆର ବୋଲି ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହା ଏକ ଭଡା ବିମାନ ବୋଲି ଜଣାପଡିଛି ।

୯ ରାଜ୍ୟରେ କୋଭିଡ୍ ପରୀକ୍ଷଣ ନୈରାଶ୍ୟଜନକ
ନୂଆଦିଲ୍ଲୀ: ବର୍ତ୍ତମାନ ଓମିକ୍ରନ୍ ଭାରିଆଣ୍ଟ୍‌ର ଦ୍ରୁତ ସଂକ୍ରମଣ ଅବ୍ୟାହତ ରହିଥିବାବେଳେ କୋଭିଡ୍ ପରୀକ୍ଷଣକୁ ତ୍ୱରାନ୍ୱିତ କରାଯାଉଛି । ତେବେ ୯ଟି ରାଜ୍ୟରେ କୋଭିଡ୍ ପରୀକ୍ଷଣ ଅନ୍ୟନ୍ତ ନୈରାଶ୍ୟଜନକ ରହିଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି । ଏହି ରାଜ୍ୟଗୁଡିକ ହେଲା ଓଡ଼ିଶା, ତାମିଲନାଡୁ, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମିଜୋରାମ, ମେଘାଳୟ, ବିହାର ଏବଂ ଜମ୍ମୁ-କଶ୍ମୀର । କୋଭିଡ୍ ସଂକ୍ରମଣ ରୋକିବା ଦିଗରେ ଦୈନିକ ପରୀକ୍ଷଣକୁ ତ୍ୱରାନ୍ୱିତ କରିବା ଜରୁରୀ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆରତି ଆହୁଜା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking