ଭୁବନେଶ୍ୱର : ରାଜ୍ୟରେ ପୁଣି ଥରେ ସ୍କୁଲ ମୁହାଁ ହୋଇଛି କରୋନା । ସ୍କୁଲ ଖୋଲିବାର କିଛି ଦିନ ଭିତରେ ପଜିଟିଭ ହୋଇଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ରୀ । ଯାହା ଫଳରେ ଆସନ୍ତା ୧୫ ତାରିଖ ଯାଏଁ ସ୍କୁଲକୁ ଛୁଟି ଘୋଷଣା କରାଯିବା ସହ ସ୍କୁଲ୍ କୁ ସମ୍ପୂର୍ଣ୍ଣ ସାନିଟାଇଜ ଏବଂ କଣ୍ଟେନମେଣ୍ଟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ସୂଚନା ଅନୁଯାୟୀ, ଦାରିଙ୍ଗବାଡି ଆଶ୍ରମ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ସ୍କୁଲର ସମସ୍ତ ଛାତ୍ରୀ, ଶିକ୍ଷକ ତଥା ବିଦ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ଆଇସୋଲେସରେ ରଖାଯାଇଛି ।ଅନ୍ୟପକ୍ଷେ ବିଦ୍ୟାଳୟର ସମସ୍ତ ପିଲା ସୁସ୍ଥ ଥିବା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୂଚନା ଦେଇଥିବା ସମୟରେ ପଜିଟିଭ ଖବର ପାଇବା ପରେ ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତାର ମାହୋଲ ଦେଖାଦେଇଛି । ତେବେ ଆଗକୁ ତୃତୀୟ ଲହର ଆସୁଥିବା ସମୟରେ କରୋନା କବଳରୁ ପିଲାଙ୍କ ସୁରକ୍ଷା କିପରି କରାଯିବ ସେ ନେଇ ଚିନ୍ତାରେ ପ୍ରସାଶନ ।