18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶବିଶ୍ୱରେ ଆଉ ୨ଲକ୍ଷ ୯୯ହଜାର ୫୮୯ ସଂକ୍ରମିତ

ବିଶ୍ୱରେ ଆଉ ୨ଲକ୍ଷ ୯୯ହଜାର ୫୮୯ ସଂକ୍ରମିତ

ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୯୯ହଜାର ୫୮୯ ଜଣ ସଂକ୍ରମିତ ହୋଇଥିବା ବେଳେ ୪ହଜାର ୪୩୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩କୋଟି ୮୬ଲକ୍ଷ ୮୦ହଜାର ୨୧୧ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮ଲକ୍ଷ ୭୨ହଜାର ୧୧୬ ଜଣକୁ ବୃଦ୍ଧି ପାଇଛି । ସେହିପରି ୨୧କୋଟି ୨୫ଲକ୍ଷ ୫୪ହଜାର ୯୦୩ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧କୋଟି ୬୨ଲକ୍ଷ ୨୪ହଜାର ୨୭ଜଣ ଲୋକ ସକ୍ରିୟ ଅଛନ୍ତି ।

ଆମେରିକାରେ ୪କୋଟି ୫୨ ଲକ୍ଷ ୮୫ ହଜାର ୩୨୮ ସଂକ୍ରମିତ ଓ ୭ଲକ୍ଷ ୩୪ ହଜାର ୩୩୦ ମୃତ, ବ୍ରାଜିଲରେ ୨ କୋଟି ୧୫ ଲକ୍ଷ ୮୨ ହଜାର ୭୩୮ ସଂକ୍ରମିତ ଓ ୬ ଲକ୍ଷ ୧ ହଜାର ୨୬୬ ମୃତ, ବ୍ରିଟେନରେ ୮୧ ଲକ୍ଷ ୯୩ ହଜାର ୭୬୯ ସଂକ୍ରମିତ ଓ ୧ ଲକ୍ଷ ୩୭ ହଜାର ୭୬୩ ମୃତ, ରୁଷିଆରେ ୭୮ ଲକ୍ଷ ୪ ହଜାର ୭୭୪ ସଂକ୍ରମିତ ଓ ୨ ଲକ୍ଷ ୧୭ ହଜାର ୩୭୨ ମୃତ, ତୁର୍କୀରେ ୭୪ ଲକ୍ଷ ୭୫ ହଜାର ୧୫୫ ସଂକ୍ରମିତ ଓ ୬୬ ହଜାର ୩୬୮ ମୃତ, ଫ୍ରାନ୍ସରେ ୭୦ ଲକ୍ଷ ୫୭ ହଜାର ୬୩୧ ସଂକ୍ରମିତ ଓ ୧ ଲକ୍ଷ ୧୭ ହଜାର ୮୨ ମୃତ, ଇରାନରେ ୭୦ ଲକ୍ଷ ୫୭ ହଜାର ୬୩୧ ସଂକ୍ରମିତ ଓ ୧ ଲକ୍ଷ ୧୭ ହଜାର ୦୮୨ ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୬୬ ହଜାର ୨୭୫ ସଂକ୍ରମିତ ଓ ୧ ଲକ୍ଷ ୧୫ ହଜାର ୪୯୧ ମୃତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking