19.1 C
Bhubaneswar
Saturday, November 23, 2024
Homeବ୍ରେକୀଙ୍ଗକରୋନା ଟିକା ଆସିବା ପରେ ସର୍ଭିସ ସେକ୍ଟରରେ ନୂଆ ଆଶାର କିରଣ

କରୋନା ଟିକା ଆସିବା ପରେ ସର୍ଭିସ ସେକ୍ଟରରେ ନୂଆ ଆଶାର କିରଣ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ ଆସିବା ପରେ ସର୍ଭିସ ସେକ୍ଟରରେ ନୂଆ ଆଶା ଓ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । କରୋନା କାଳରେ ଏହି ସେକ୍ଟରରେ ଅଧିକ ପ୍ରଭାବ ପଡିଥିଲା । ହୋଟେଲ, ରେସ୍ତୋରାଁ, ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଥିଲେ । ହେଲେ ଏବେ ସବୁ କିଛି ସାଧାରଣ ଅବସ୍ଥାକୁ ଫେରିବାରୁ ନୂଆ ରୋଜଗାର ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଦେଶର ଜିଡିପିରେ ଏହି ସେକ୍ଟରର ଯୋଗଦାନ ୫୦ ପ୍ରତିଶତରୁ ଅଧିକ ରହିଥାଏ । ଏହି ସେକ୍ଟରରେ କାରବାର ନେଇ ଭବିଷ୍ୟତରେ ଅନେକ ଆଶା ଉଙ୍କିମାରିଛି । ସୂଚନା ମୁତାବକ ଏହି ସେକ୍ଟରରେ ଏମିତି କିଛି ଆଗକୁ ହେବାକୁ ଅଛି, ଯେଉଁଥିରେ ଦେଶର ଜିଡିପି ତ ବଢିବ, ତା ସହ ଲକ୍ଷ ଲକ୍ଷ ଯୁବକଙ୍କୁ ରୋଜଗାର ମଧ୍ୟ ମିଳିବ । ହୋଟେଲ, ପର୍ଯ୍ୟଟନ ଓ ଟ୍ରାନ୍ସପୋର୍ଟ ସେକ୍ଟରରେ ଏହା ହେଉଛି ଆଶା । ଚଳିତ ବର୍ଷ କରୋନା କାଳରେ ବି କୃଷି ସହ ଜଡିତ ବ୍ୟବସାୟ, ବିଜୁଳି ଉତ୍ପାଦନ, ଜିଏସଟି କଲେକ୍ସନ ଗତ ଆର୍ଥିକ ବର୍ଷ ଅପେକ୍ଷା ଭଲ ରହିଛି । ହୋଟେଲ, ପର୍ଯ୍ୟଟନ ଓ ଟ୍ରାନ୍ସପୋର୍ଟ ସେକ୍ଟରରେ ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ହୋଟେଲ ବ୍ୟବସାୟୀ, ପ୍ରମୋଦ ସିଂ କୁହନ୍ତି, ଟିକାକରଣ ଆରମ୍ଭ ହେବା ପରେ ବି ଲୋକ ଆସନ୍ତା ୨ ମାସ ଯାଏଁ ଘରୁ ବାହାରିବା ପାଇଁ ଭୟ କରିବେ । ଯଦିଓ ମାର୍ଚ୍ଚର ଦ୍ୱିତୀୟ ସପ୍ତାହ ଆଡକୁ ସ୍ଥିତିରେ ଅନେକ ମାତ୍ରାରେ ସୁଧାର ଆସିଥିବ । ଦ୍ୱିତୀୟ ଟିକା ନନେବା ପର୍ଯ୍ୟନ୍ତ ଲୋକେ ହୋଟେଲରେ ରହିବେ ନାହିଁ । ମାତ୍ର ଦ୍ୱିତୀୟ ଡୋଜ ଟିକାର ସମୟ ସୀମା ଶେଷ ହୋଇଗଲେ ସେମାନଙ୍କ ମଧ୍ୟରେ ନୂଆ ବିଶ୍ୱାସ ଜାଗ୍ରତ ହେବ । ଆଶା କରାଯାଉଛି ଯେ, ମାର୍ଚ୍ଚରୁ ହୋଟେଲ ଉଦ୍ୟୋଗ ବ୍ୟବସାୟରେ ସୁଧାର ଆସିବ । ଏହାସହିତ କାରବାର ବଢିବା ସହିତ ଲୋକଙ୍କୁ ଚାକିରୀ ମିଳିବା ବି ଆରମ୍ଭ ହୋଇଯିବ । ରିପୋର୍ଟ ଅନୁସାରେ, କରୋନା ସମୟରେ ଟୁର ଟ୍ରାଭେଲ, ହୋଟେଲ ରେସ୍ତୋରାଁ ଓ ଏଭିଅସନ ସେକ୍ଟରରେ ପ୍ରାୟ ୫ ଲକ୍ଷ ଲୋକଙ୍କ ଚାକିରୀ ଚାଲିଯାଇଥିଲା । ଏମିତିରେ ଏହି ସେକ୍ଟରରେ ଆରମ୍ଭରୁ ହିଁ ୫ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବା ନେଇ ଆଶା କରାଯାଉଛି ।
ଅନ୍ୟପଟେ କନଫଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସର ରାଷ୍ଟ୍ରିୟ ମହାମନ୍ତ୍ରୀ ପ୍ରବୀଣ ଖଣ୍ଡଓାଲେ କୁହନ୍ତି, ଆଗାମୀ ୬ ମାସ ମଧ୍ୟରେ କରୋନା ପୂର୍ବରୁ ଯେଉଁ ସ୍ଥିତି ଥିଲା ସେମିତି ହୋଇଯିବ । ଟୀକାକରଣ ଆରମ୍ଭ ହେବାମାତ୍ରେ କାରବାରରେ ୨୫ ରୁ ୩୦ ପ୍ରତିଶତ ବଢିଯିବ । ଲୋକଙ୍କ ମନରୁ ଏବେ କରୋନାର ଡର ଚାଲିଯିବ । ବଜାରକୁ ଲୋକେ ନିଦ୍ୱର୍ନ୍ଦରେ ବାହାରିବେ । ସମସ୍ତେ ଦୋକାନ, ମଲ୍ ଯିବାକୁ ଲାଗିବେ । ଫଳରେ ଦେଶରେ ମ୍ୟାନୁଫ୍ୟାକ୍‌ଚରିଂ ସେକ୍ଟର ଦୃତ ଗତିରେ ଆଗେଇବ । କରୋନା ଭାଇରସ କାରଣରୁ ଆର୍ଥିକ ହତିବିଧିରେ ଯେଉଁ ରୋକ ଲାଗିଥିଲା ଏବେ ତାର ରିକଭରି ଦୃତ ଗତିରେ ହେବ ।
ଖଣ୍ଡେଓାଲ ଆଗକୁ କହିଛନ୍ତି, ସର୍ଭିସ ସେକ୍ଟରକୁ ମିଳିବାକୁ ଥିବା ଅର୍ଡରୁ ଦେଖିଲେ ଏହା ଆଶା କରାଯାଇପାରେ ଯେ, ଆଗାମୀ କିଛି ମାସ ମଧ୍ୟରେ ଏହି ସେକ୍ଟରର କାରବାରରେ ଆହୁରି ବୃଦ୍ଧି ଘଟିବ । ନଭେମ୍ବର-ଡିସେମ୍ବରରେ କର୍ମଚାରୀମାନେ କର୍ମସ୍ଥଳକୁ ପେରିବା ପରେ ଏହାର ପ୍ରଭାବ ସଫା ସଫା ଭାବରେ ପରିଲକ୍ଷିତ ହେଉଛି । ଟିକା ଆସିବା ପରେ ସ୍ଥିତିରେ ଆହୁରି ସୁଧାର ଆସିବ । ଅନେକ ରାଜ୍ୟରେ ଲକଡାଉନ ସହ ଜଡିତ ପ୍ରତିବନ୍ଧକକୁ ବି କୋହଳ କରାଯାଉଛି । ଲିହାଜା ସପ୍ଲାଇ ଚେନରେ ବି ସୁଧାର ଆସିଛି । କାରଣ ଏହା ଯେ, ସର୍ଭିସ ସେକ୍ଟରର ପିଏମଆଇରେ ଏହାର ସକରାତ୍ମକ ପ୍ରଭାବ ଦେଖାଯାଉଛି ।
କରୋନା ସଂକ୍ରମଣ ସମୟରେ ଟୁର ଟ୍ରାଭେଲ, ହୋଟେସ ରେସ୍ତୋରାଁ, ଏଭିଏସନ ସେକ୍ଟର ସମେତ ସର୍ଭିସ ସେକ୍ଟରରେ ଏହାର ବେଶିମାତ୍ରାରେ ପ୍ରଭାବ ପଡିଥିଲା । ଏବେ ଏଥିରେ ନୂଆ ଆଶା ଦେଖାଯାଉଛି । ଆଗାମୀ କିଛି ମାସ ମଧ୍ୟରେ ଏହି ସେକ୍ଟର ପୁଣି ପୂର୍ବ ସ୍ଥିତିକୁ ଫେରିଯିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking