32.1 C
Bhubaneswar
Friday, October 18, 2024
Homeକରୋନାସଂକ୍ରମଣ ବୃଦ୍ଧି ସତ୍ତ୍ବେ ବେଜିଂରେ କରୋନା କଟକଣା କୋହଳ

ସଂକ୍ରମଣ ବୃଦ୍ଧି ସତ୍ତ୍ବେ ବେଜିଂରେ କରୋନା କଟକଣା କୋହଳ

ବେଜିଂ: ଚୀନ୍‌ରେ କରୋନା ସଂକ୍ରମଣ ପୁନର୍ବାର ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଚୀନ୍‌ ସରକାର ସେଠାକାର ବିଭିନ୍ନ ସହରରେ କଠୋର କଟକଣା ଜାରି କରିଥିଲେ। ​‌ତେବେ କଟକଣାକୁ ନେଇ ଚୀନ୍‌ରେ ଜନଅସନ୍ତୋଷ ପ୍ରକାଶ ପାଇଥିଲା। ହଜାର ହଜାର ଜନସାଧାରଣ ରାଜରାସ୍ତାକୁ ଆସି ପ୍ରତିବାଦ କରିବା ସହ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ପରିସ୍ଥିତି ବିଗୁଡ଼ିଥିବା ଦେଖି କେତେକ ସହରରେ କରୋନା କଟକଣା କୋହଳ କରିବାକୁ ବାଧ୍ୟ ହୋଇଛି ଚୀନ୍‌ ସରକାର। ବେଜିଂ ଓ ସେନ୍‌ଜହେନ ଭଳି ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଢେର ଅଧିକ ରହିଥିଲେ ମଧ୍ୟ ଲୋକଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ଚୀନ୍‌ ସରକାର ସେହି ସହରଗୁଡ଼ିକରେ କଟକଣା କୋହଳ କରିଥିବା ଜଣାପଡ଼ିଛି।

ବେଜିଂ ସହରରେ କରୋନା ପରୀକ୍ଷା ପାଇଁ ଥିବା ବୁଥ୍‌ଗୁଡ଼ିକୁ ହଟାଇ ନିଆଯାଇଥିବା ବେଳେ ସେନ୍‌ଜହେନ ସହରକୁ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ କରୋନା ନେଗେଟିଭ୍‌ ରିପୋର୍ଟର ଆବଶ୍ୟକତା ନାହିଁ ବୋଲି ସେଠାକାର ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ସଙ୍ଗରୋଧ ନିୟମକୁ ମଧ୍ୟ କୋହଳ କରାଯାଇଥିବା ଜଣାପଡ଼ିଛି। କଠୋର କଟକଣା ଯୋଗୁଁ ଲୋକେ ରୋଜଗାର ହରାଇଥିବା ବେଳେ ଚୀନ୍‌ର ଅର୍ଥନୀତି ଉପରେ ଏହାର କୁପ୍ରଭାବ ପଡୁଥିବା ଜଣାପଡ଼ିଛି। ବେଜିଂରେ କରୋନା ପରୀକ୍ଷା ପାଇଁ ଥିବା ବୁଥ୍‌ଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ବେଳେ ଦୋକାନରେ ପ୍ରବେଶ ପୂର୍ବରୁ ଗ୍ରାହକଙ୍କୁ କରୋନା ନେଗେଟିଭ୍‌ ରିପୋର୍ଟ ଆଉ ଦେଖାଇବାକୁ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking