କଲମ୍ବୋ : ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ପରିସ୍ଥିତି ଏପରି ହୋଇଥିଲା ଯେ ସାଧାରଣ ଲୋକ ମାନେ ରାଷ୍ଟ୍ରପତି ଭବନ ଭିତରକୁ ପଶିଥିଲେ , ଏବଂ ଭଙ୍ଗାରୁଜା କରିଥିଲେ । ଏହା ପରେ ପରିସ୍ଥିତି କୁ ନିୟନ୍ତ୍ରଣାଧୀନ କରିବା ପାଇଁ ଗୋଟାବାୟା ରାଜ ପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ରାନିଲ ବିକ୍ରମସିଂଘ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ବନିଲେ । ଏହାରି ଭିତରେ ପୁଣି ଏକ ସମସ୍ୟା ଆସି ପହଂଚିଛି ।ଶ୍ରୀଲଙ୍କାର ସ୍ୱାସ୍ଥ୍ୟ ଅଧିକାରୀ , ବଢୁଥିବା କରୋନା ଭାଇରସ ର ମାମଲା ଏବଂ ଡେଙ୍ଗୁ କୁ ନେଇ ଚେତାବନୀ ଦେଇଛନ୍ତି । ଶ୍ରୀଲଙ୍କାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ , ଲୋକ ମାନଙ୍କୁ ସାର୍ବଜୈନିକ ସ୍ଥାନରେ ମାସ୍କ ପିନ୍ଧିବା ସହ , ସୋଶିଆଲ ଡିସଷ୍ଟାନ୍ସ ପାଳନ କରିବା, ହାତକୁ ପରିଷ୍କାର ଭାବେ ଧୋଇବାକୁ ପରାମର୍ଶ ଦେଇଛନ୍ତି ।ଏହା ସହିତ କୋଭିଡ-୧୯ ସହ ଜଡିତ ଅନ୍ୟ ପ୍ରୋଟୋକଲ କୁ ପାଳନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଶ୍ରୀଲଙ୍କାର ସ୍ୱାସ୍ଥ୍ୟ ସଚିବ ଜନକ ଚନ୍ଦ୍ରଗୁପ୍ତ ଙ୍କ କହିବା ଅନୁଯାୟୀ , କୋଭିଡ-୧୯ ମାମଲା ବଢୁଥିବା ବେଳେ ଲୋକମାନଙ୍କୁ ଗାଇଡଲାଇନ ପାଳନ କରିବା ପାଇଁ କୁହାଯାଉଛି । ଶ୍ରୀଲଙ୍କା ରେ ୨୦୨୦ ର ଆରମ୍ଭ ରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲା ।ଦେଢ କୋଟି ଲୋକଙ୍କ ଟିକାକରଣ ଯାହାକି ୬୬ ପ୍ରତିଶତ ରୁ ଅଧିକଅଟେ , ଏବଂ ଜୁନ ୧୦ ରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କୁ ହଟାଇ ଦିଆଯାଇଥିଲା ।
ବଢୁଥିବା କୋଭିଡ କେସ ମଧ୍ୟରେ ଶ୍ରୀଲଙ୍କାରେ ଡେଙ୍ଗୁ ମହାମାରୀ ଠୁ ବି ଅଧିକ ବ୍ୟାୁପଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଡିରେକ୍ଟର ଡ. ହମଦାନୀ ଅନବ୍ୱର କହିଛନ୍ତି କି , କରୋନା ଭାଇରସ ବ୍ୟତୀତ , ଡେଙ୍ଗୁ ମଧ୍ୟ ବ୍ୟାପିବାରେ ଲାଗିଛି ।ନ୍ୟାସନାଲ ଡେଙ୍ଗୁ କଣ୍ଟ୍ରୋଲ ୟୁନିଟି ର ଡିରେକ୍ଟର ଡ. ସୁଦାତା ସମରବୀରା କହିଛନ୍ତି କି , ଜାନୁଆରୀ ଠୁ ନେଇ ଏବେ ଯାଏଁ ୪୪,୦୦୦ ରୁ ଅଧିକ ଡେଙ୍ଗୁ କେସ ସାମ୍ନାକୁ ଆସିଛି । ଏଥିରୁ ୮,୨୦୦ କେବଳ ଜୁଲାଇ ମାସରେ ଚିହ୍ନଟ ହୋଇଛି । ଡେଙ୍ଗୁର ମାମଲା ବଢୁଥିବା ବେଳେ ଦେଶ ଆହୁରି ଗମ୍ଭୀର ସ୍ଥିତି କୁ ଗତି କରୁଛି ।