28.1 C
Bhubaneswar
Friday, November 22, 2024
Homeଓଡିଶାହାର୍ଟ ଫେଲ ମହାମାରୀର କାରଣ ସାଜିପାରେ କୋରୋନା !

ହାର୍ଟ ଫେଲ ମହାମାରୀର କାରଣ ସାଜିପାରେ କୋରୋନା !

ଭୁବନେଶ୍ୱର:  କିଛି ଦିନର ବ୍ୟବଧାନ ପରେ ପୁଣି ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଯାହାକି ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି । ଏହି ସମୟରେ କୋରୋନାର ନୂଆ ଭାରିଆଣ୍ଟ ଜେଏନ୧ ଭାରିଆଣ୍ଟ ଚିନ୍ତାକୁ ଆହୁରି ବୃଦ୍ଧି କରିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ନୂଆ ଭାରିଆଣ୍ଟ ପୂର୍ବ ଅପେକ୍ଷା ଅଧିକ ସଂକ୍ରମିତ ବୋଲି କୁହାଯାଇଛି । ଏହାରି ଭିତରେ ଆଉ ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି । କୋଭିଡ-୧୯ ଯୋଗୁଁ ହାର୍ଟ ଫେଲ ହୋଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି । ତେବେ ହୃଦଘାତରେ ବଢୁଥିବା ମାମଲାକୁ ବିଚାରକୁ ନେଇ, ଏହା ଭବିଷ୍ୟତରେ ଏକ ବଡ଼ ସଙ୍କଟର ଆରମ୍ଭ ହୋଇପାରେ । ବୈଜ୍ଞାନିକମାନେ ଏହାକୁ ନେଇ ସତର୍କ କରାଇଛନ୍ତି । କୋରୋନା ଭାଇରସକୁ କୋଷରେ ଧରି ରଖିବାରେ ସାହାଯ୍ୟ କରେ । ସାଧାରଣତଃ ଏହା ହୃତପିଣ୍ଡରେ ରହିଥାଏ । ଯଦି ଜଣେ ବ୍ୟକ୍ତି କୋରୋନାରେ ସଂକ୍ରମିତ ହୁଅନ୍ତି ତାହାଲେ ହୃଦୟର କାର୍ଯ୍ୟ କରିବା କ୍ଷମତା କମ୍ ହୋଇଯାଇଥାଏ । ଏହି ଅଧ୍ୟୟନରେ ଷ୍ଟେମ୍ କୋଷ ସାହାଯ୍ୟରେ ହୃତପିଣ୍ଡ ଟିସୁ ସୃଷ୍ଟି କରାଯାଇଥିଲା ।

ତେବେ ଯେତେବେଳେ ଏହି କୋଷଗୁଡିକ ସଂକ୍ରମିତ ହୋଇଥିଲେ ସେତେବେଳେ ହୃତପିଣ୍ଡର କାର୍ଯ୍ୟକରିବା କ୍ଷମତା କମ୍ ହୋଇଯାଇଥିଲା ଏବଂ ସଂକ୍ରମଣ ହେତୁ ସେମାନେ ସୁସ୍ଥ ହୋଇପାରିଲେ ନାହିଁ । ଏହା ହୃଦଘାତର ଏକ ପ୍ରମୁଖ କାରଣ ବୋଲି କୁହାଯାଇପାରେ । ସଂକ୍ରମଣ ହେତୁ ଭବିଷ୍ୟତରେ ହୃଦଘାତ ବିପଦ ବୃଦ୍ଧି ପାଇଥାଏ ବୋଲି କୁହାଯାଇଛି । କିନ୍ତୁ ଏହା ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ବିପଦ ପାଇଁ ଏକ ଆଲାର୍ମ ଘଣ୍ଟି ବୋଲି କୁହାଯାଇଛି । ଗତ କିଛି ଦିନ ପୂର୍ବରୁ କୋଭିଡ-୧୯ ଟିକାକୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଥିଲା । କୋରୋନା ଟିକା ସହିତ ହୃଦଘାତର ସମ୍ବନ୍ଧ ରହିଥିବା ନେଇ ଦର୍ଶାଯାଇଥିଲା । କିନ୍ତୁ ନିକଟରେ ଆଇସିଏମଆର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । କୋଭିଡ ଟିକା ଏବଂ ହୃଦଘାତ ମଧ୍ୟରେ କୌଣସି ସମ୍ବନ୍ଧ ନଥିବା କୁହାଯାଇଛି । କୋଭିଡ ଟିକା ହୃଦଘାତ ନୁହେଁ ବରଂ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିପାରେ ବୋଲି କୁହାଯାଇଛି । ତେଣୁ କୋଭିଡକୁ ରୋକିବା ପାଇଁ ସତର୍କତା ଜରୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking