28.9 C
Bhubaneswar
Thursday, April 9, 2026
Homeଓଡିଶାପ୍ରକଳ୍ପଗୁଡିକୁ ବନ ବିଭାଗ ମଞ୍ଜୁରୀ ପ୍ରଦାନ କ୍ଷେତ୍ରରେ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ସମନ୍ୱୟ ବୈଠକ

ପ୍ରକଳ୍ପଗୁଡିକୁ ବନ ବିଭାଗ ମଞ୍ଜୁରୀ ପ୍ରଦାନ କ୍ଷେତ୍ରରେ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ସମନ୍ୱୟ ବୈଠକ

ଭୁବନେଶ୍ୱର: ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପଗୁଡିକୁ ବନ ବିଭାଗ ମଞ୍ଜୁରୀ ପ୍ରଦାନ କ୍ଷେତ୍ରରେ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ସଂକ୍ରାନ୍ତରେ ତ୍ୱରିତ ନିଷ୍ପତ୍ତି ଗ୍ରହଣ ପାଇଁ ପଥ ପ୍ରଶସ୍ତ କରିବା ଉଦ୍ଦେଶ୍ୟରେ ଆଜି ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆହୂତ ହୋ ଇଥିଲା।

ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ବରିଷ୍ଠ ଅଧିକାରୀ ଅତିରିକ୍ତ ପିସିସିଏଫ୍ (ନୋଡାଲ୍) ଶ୍ରୀ କେ.ମୁରୁଗେସନ, , ସିସିଏଫ୍ (ନୋଡାଲ୍) ଶ୍ରୀ ଏ. କେ. କର, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ଶ୍ରୀ ଲିଙ୍ଗରାଜ ଓତା, ନିର୍ଦ୍ଦେଶକ, ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଶ୍ରୀ ଜେ.ପି. ମହାକୁଡ, ମୁଖ୍ୟ ଇଞ୍ଜିନିୟର ( ନିର୍ମାଣ), ଦକ୍ଷିଣ ପୂର୍ବ ରେଳବାଇ ଶ୍ରୀ ବିଜୟ କୁମାର , ଶ୍ରୀ ବୀରେନ୍ଦ୍ର ସିଂହ, ଆଞ୍ଚଳିକ ଅଧିକାରୀ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ପ୍ରକଳ୍ପଗୁଡିକର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ବୈଠକରେ  ଆନ୍ତଃବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା, ପ୍ରକ୍ରିୟାଗୁଡ଼ିକୁ ସୁଗମ କରିବା ଏବଂ ସାମ୍ବିଧାନିକ ମାନଦଣ୍ଡ ସହିତ ସମୟୋଚିତ ଅନୁପାଳନ ସୁନିଶ୍ଚିତ କରିବା ଉପରେ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲେ । ସେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବିଭାଗୀୟ ବନ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ଭାବ୍ୟ ପ୍ରତିବନ୍ଧକଗୁଡ଼ିକୁ ସକ୍ରିୟ ଭାବରେ ଚିହ୍ନଟ ଏବଂ ଦୂର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯାହା ଦ୍ୱାରା ପ୍ରକଳ୍ପଗୁଡ଼ିକ ଅଯଥାରେ ଅଟକି ରହିବ ନାହିଁ। ଜଙ୍ଗଲ ସଂରକ୍ଷଣ ମାନଦଣ୍ଡ ସହିତ ସାଲିସ କରାଯିବ ନାହିଁ ଏବଂ ବିକାଶ ପ୍ରକ୍ରିୟା ଅଟକି ରହିବ ନାହିଁ ବୋଲି ସ୍ପଷ୍ଟ ବାର୍ତ୍ତା ଦେବା ସହିତ ବିକାଶମୂଳକ ଆବଶ୍ୟକତାକୁ ପରିବେଶଗତ ପ୍ରାଥମିକତା ସହିତ ସନ୍ତୁଳନ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଅଧିକାର ସମାଧାନ, କ୍ଷତିପୂରକ ବନୀକରଣ ଆବଶ୍ୟକତା ଏବଂ ଜଙ୍ଗଲ ଜମିର ସଠିକ ସୀମା ନିର୍ଦ୍ଧାରଣ ସମେତ ବନ ବିଭାଗ ମଞ୍ଜୁରୀ ପ୍ରଦାନ କ୍ଷେତ୍ରରେ ପ୍ରାୟତଃ ବିଳମ୍ବ ହେଉଥିବା ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ଆଲୋଚନା କରିଥିଲେ। ଜିଆଇଏସ୍-ଆଧାରିତ ମ୍ୟାପିଂ, ପ୍ରସ୍ତାବଗୁଡ଼ିକର ଡିଜିଟାଲ୍ ତଦାରଖ ଏବଂ ସମୟୋଚିତ ଆନ୍ତଃବିଭାଗୀୟ ପରାମର୍ଶ ଭଳି ପ୍ରଯୁକ୍ତିବିଦ୍ୟା-ଚାଳିତ ସମାଧାନ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱା ପ୍ରଦାନ କରିଥିଲେ ।

ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ କହିଛନ୍ତି ଯେ ପ୍ରତି ମାସ ୧୨ ତାରିଖରେ, ପିଏମଜି ପ୍ରଗତି (ପ୍ରକଳ୍ପ ତଦାରଖ ଗୋଷ୍ଠୀ) ଅଧୀନରେ ପଡ଼ି ରହିଥିବା ପ୍ରକଳ୍ପଗୁଡ଼ିକ ଉପରେ ତାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ ଯାହା ଜଙ୍ଗଲ ସମସ୍ୟା ସମାଧାନ କରିବ। ବୈଠକରେ ଏସିଏସ୍ ଶ୍ରୀ ସାହୁ ଏବଂ ମୁଖ୍ୟ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଦ୍ୱାରା ନିୟମିତ ଭାବରେ ଏହିପରି ସମନ୍ୱୟ ଅଭ୍ୟାସ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ଯାହା ଦ୍ଵାରା ପ୍ରଗତିର ଧାରାକୁ ନିରବଚ୍ଛିନ୍ନ କରାଯାଇପାରିବ ଏବଂ ଉଦୀୟମାନ ସମସ୍ୟାଗୁଡ଼ିକର ଆଶୁ ସମାଧାନ କରାଯାଇପାରିବ। ଏହା ସ୍ଥିର ହୋଇଥିଲା ଯେ ନୋଡାଲ୍ ଅଧିକାରୀମାନେ ଜଙ୍ଗଲ ଜମି କିସମ ପରିବର୍ତ୍ତନ ପ୍ରସ୍ତାବଗୁଡ଼ିକୁ ଶୀଘ୍ର ପ୍ରକ୍ରିୟାକରଣ କରିବେ।

ଦ୍ରୁତ ଏବଂ ଅଧିକ ସ୍ୱଚ୍ଛ ମଞ୍ଜୁରୀ ସୁନିଶ୍ଚିତ କରି, ସରକାର ସ୍ଥାନୀୟ ସମ୍ପ୍ରଦାୟର ସ୍ୱାର୍ଥକୁ ସୁରକ୍ଷା ଦେବା ଏବଂ ପରିବେଶଗତ ସନ୍ତୁଳନ ବଜାୟ ରଖିବା ସହିତ ଭିତ୍ତିଭୂମି ଏବଂ ଶିଳ୍ପ ପ୍ରକଳ୍ପଗୁଡ଼ିକୁ ପ୍ରୋତ୍ସାହନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ଏହି ଉଚ୍ଚସ୍ତରୀୟ ସମନ୍ଵୟ ବୈଠକରେ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣର ୭ଟି ଅନୁସନ୍ଧାନକାରୀ ଖନନ ପ୍ରକଳ୍ପର ସ୍ଥିତି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଗୁଡ଼ିକ ଥିଲା: ସିମିଳିପାଳ ଉତ୍ତର ବନ ବିଭାଗ ଅଧୀନରେ ଦୁଧିଆସୋଲ ପଶ୍ଚିମ ବ୍ଲକରେ ତମ୍ବା-ନିକେଲ ଏବଂ ସମ୍ପୃକ୍ତ ମୂଲ୍ୟବାନ ଧାତୁ ଖଣିଜକରଣ ପାଇଁ ଅନୁସନ୍ଧାନ ଖନନ ପାଇଁ ପ୍ରସ୍ତାବ, ସିମିଳିପାଳ ଉତ୍ତର ବନ ବିଭାଗ ଅଧୀନରେ କେଶରପୁର ଦକ୍ଷିଣ ବ୍ଲକରେ ତମ୍ବା ଏବଂ ସମ୍ପୃକ୍ତ ମୂଲ୍ୟବାନ ଧାତୁ ଖଣିଜକରଣ ପାଇଁ ଅନୁସନ୍ଧାନ ଖନନ ପାଇଁ ପ୍ରସ୍ତାବ, ସିମିଳିପାଳ ଉତ୍ତର ବନ ବିଭାଗ ଅଧୀନରେ କୁମାରଡୁବି-ବ୍ଲକରେ ଟାଇଟାନିୟମ ଏବଂ ଭାନାଡିଫେରସ୍ ମାଗ୍ନେଟାଇଟ ଖଣିଜକରଣ ପାଇଁ ଅନୁସନ୍ଧାନ ଖନନ ପାଇଁ ପ୍ରସ୍ତାବ, କେନ୍ଦୁଝର ବନ ବିଭାଗ ଅଧୀନରେ ରୁଡକେଲା ବ୍ଲକରେ ମାଙ୍ଗାନିଜ ଏବଂ ଲୁହା ପଥର ପାଇଁ ଅନୁସନ୍ଧାନ ଖନନ ପାଇଁ ପ୍ରସ୍ତାବ, କେନ୍ଦୁଝର ବନ ବିଭାଗ ଅଧୀନରେ କୁଣ୍ଡ୍ରୁପାଣି ବ୍ଲକରେ ମାଙ୍ଗାନିଜ ଏବଂ ଲୁହା ପଥର ପାଇଁ ଅନୁସନ୍ଧାନ ଖନନ ପାଇଁ ପ୍ରସ୍ତାବ, କେନ୍ଦୁଝର ବନ ବିଭାଗ ଅଧୀନରେ କାସିଆ ପଶ୍ଚିମ ବ୍ଲକରେ ଲୁହା ପଥର ପାଇଁ ଅନୁସନ୍ଧାନ ଖନନ ପାଇଁ ପ୍ରସ୍ତାବ, କଟକ ବନ ବିଭାଗ ଅଧୀନରେ ସୁକିନ୍ଦା ଉପତ୍ୟକା ଅଞ୍ଚଳରେ କାଂସ-କୁମାରଦାହ ସେକ୍ଟରରେ ନିକେଲ ଏବଂ ସମ୍ପୃକ୍ତ ଧାତୁ ପାଇଁ ଅନୁସନ୍ଧାନ ଖନନ ପାଇଁ ପ୍ରସ୍ତାବ ।

ଦକ୍ଷିଣ ପୂର୍ବ ରେଳବାଇର ଦୁଇଟି ରେଳ ପ୍ରକଳ୍ପର ସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏଗୁଡ଼ିକ ଥିଲା – ଦକ୍ଷିଣ ପୂର୍ବ ରେଳବାଇ, ଝାରସୁଗୁଡା ଦ୍ୱାରା ଝାରସୁଗୁଡା ବନ ଡିଭିଜନ ଅଧୀନରେ ଝାରସୁଗୁଡାକୁ ଏମସିଏଲ ରେଳ ସାଇଡିଂକୁ ସଂଯୋଗ କରୁଥିବା ଡବଲ୍ ରେଳ ଲାଇନ ଫ୍ଲାଏଓଭର ନିର୍ମାଣ, ପାସେଞ୍ଜର  ୟାର୍ଡ ଏବଂ ଧୁତ୍ର ୟାର୍ଡ ପାଇଁ ୧୨.୭୦୮ ହେକ୍ଟର ଜଙ୍ଗଲ ଜମିର ପରିବର୍ତ୍ତନ ପାଇଁ ପ୍ରସ୍ତାବ ଓ , ଝାରସୁଗୁଡା-ବରପାଲି-ସରଡେଗା ଫି-ଲ ୱାର୍କସ-ରେଳ ସଂଯୋଗୀକରଣ ।

ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ରାଜଧାନୀ କ୍ଷେତ୍ର ରିଙ୍ଗ ରୋଡ୍ ରାମେଶ୍ୱରରୁ ଗୋବିନ୍ଦପୁର ଏବଂ ଗୋବିନ୍ଦପୁରରୁ ଟାଙ୍ଗୀ ନିର୍ମାଣ ପାଇଁ ଏବଂ ନେଭେଲି ଲିଗନାଇଟ୍ କର୍ପୋରେସନ (ଏନଏଲସି) ଅଧୀନରେ ଉଡ଼ା ପାଉଁଶ ଡାଇକ୍ ପ୍ରକଳ୍ପ ପାଇଁ ପ୍ରତିବନ୍ଧକ ଦୂର କରିବାକୁ ବନାଞ୍ଚଳ ଅଧିକାରୀମାନଙ୍କୁ କହିଥିଲେ।

ରାଉରକେଲା, ଅନୁଗୁଳ ଏବଂ ସମ୍ବଲପୁରର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଏବଂ ରାଉରକେଲା, ରାଇରଙ୍ଗପୁର,  ବାରିପଦା, କଟକ, ସୁନ୍ଦରଗଡ଼, ଝାରସୁଗୁଡା, କେଉଁଝର ଏବଂ ବୋନାଇ ବନ ଡିଭିଜନର ବନାଞ୍ଚଳ ଅଧିକାରୀମାନେ ଭର୍ଚୁଆଲ୍ ଭାବରେ ସମନ୍ୱୟ ବୈଠକରେ ଯୋଗ ଦେଇଥିଲେ ଏବଂ ବନ ବିଭାଗ ମଞ୍ଜୁରୀ ପ୍ରଦାନ କ୍ଷେତ୍ରରେ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ସମ୍ବନ୍ଧରେ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁଙ୍କ ସହ ଆଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking