31.1 C
Bhubaneswar
Monday, April 6, 2026
Homeଅପରାଧରନ୍ଧା ବାଘ ମାଂସ ଜବତ ,୩ ଶିକାରୀ ଗିରଫ

ରନ୍ଧା ବାଘ ମାଂସ ଜବତ ,୩ ଶିକାରୀ ଗିରଫ

ସମ୍ବଲପୁର :  ସମ୍ବଲପୁର ଜିଲ୍ଲା ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳରେ ବନ ବିଭାଗ  ଚଢ଼ଉ କରି ବିପୁଳ ପରିମାଣର ରନ୍ଧା ବାଘ ମାଂସ ଜବତ କରିବା ସହ ୩ ଶିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ, ପବିତ୍ର ମହାନନ୍ଦ, ପ୍ରଫୁଲ୍ଲ ବାର୍ଲା ଏବଂ କୁଆଁର ଟପ୍ପୋ। ଏ ସଂପର୍କରେ ରେଢ଼ାଖୋଲ ଡିଏଫ୍‌‌ଓ ଅରବିନ୍ଦ ମହାନ୍ତି ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ପ୍ରାୟ ୧ କେଜି ରନ୍ଧା ମାଂସ, ମୁଣ୍ଡ ଖପୁରି, ଗୋଡ଼, ଲାଞ୍ଜ, ଚମଡ଼ା ଜବତ ହୋଇଛି। ଏହାସହ ସମ୍ୱର ଶିଙ୍ଗ, ୫ଟି ଟାଙ୍ଗିଆ ଏବଂ ଦେଶୀ ବନ୍ଧୁକ ଜବତ କରାଯାଇଛି।

ସୂଚନା ଅନୁସାରେ, ସୋମବାର ରାତିରେ ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳରେ ବନ୍ୟଜନ୍ତୁ ଶିକାର କରାଯାଇ ରନ୍ଧା ହେଉଥିବା ଖବର ବନ ବିଭାଗକୁ ମିଳିଥିଲା। ବିଭାଗ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଚଢ଼ଉ ପାଇଁ ବାହାରିଥିଲେ। ଏହି ଟିମ୍‌ ହୀରାଲାଇ ଗାଁ ନିକଟ ଲଣ୍ଡାକୋଟ ଜଙ୍ଗଲରେ ପହଞ୍ଚିଥିଲେ। ଚଢ଼ଉ ବେଳେ ବନ ବିଭାଗ କର୍ମଚାରୀମାନେ ଦେଖିବାକୁ ପାଇଥିଲେ ଯେ ଏକ କଲରାପତରିଆ ବାଘର ମାଂସକୁ ଏକ କଡ଼େଇରେ ରୋଷେଇ କରାଯାଉଥିଲା। ଏହାକୁ ଦେଖି ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ହୋସ୍‌‌ ଉଡ଼ିଯାଇଥିଲା। ପୂର୍ବରୁ ସମ୍ୱର, କୁଟୁରା, ବାର୍‌‌ହା, ଠେକୁଆ ସହ ଅନ୍ୟ ବନ୍ୟଜନ୍ତୁଙ୍କ ମାଂସ ଖାଇବା ଦେଖିବାକୁ ମିଳୁଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking