30.1 C
Bhubaneswar
Sunday, June 23, 2024
Homeଓଡିଶାରାୟଗଡ଼ାରେ ଝାଡ଼ାବାନ୍ତି : ୧ ମୃତ, ୪ ଗୁରୁତର

ରାୟଗଡ଼ାରେ ଝାଡ଼ାବାନ୍ତି : ୧ ମୃତ, ୪ ଗୁରୁତର

ରାୟଗଡ଼ା : ଝାଡ଼ାବାନ୍ତିରେ ଜଣେ ମୃତ ଚାରି ଗୁରୁତର। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗ୍ରାମରେ ଝାଡ଼ାବାନ୍ତି ଆକ୍ରାନ୍ତ। ଆକ୍ରାନ୍ତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣକ ହେଲେ ଗୋପାଳ କାଣ୍ଡାମାକା।ଗୋପାଳଙ୍କର ଗତକାଲି ରାତିରେ ଝାଡ଼ାବାନ୍ତି ହୋଇଥିଲା। ପରିବାର ଲୋକେ ତାଙ୍କୁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ୪ ଜଣଙ୍କ ମଧ୍ୟରୁ ଜଣେ କାଦୁଲୁ କାଣ୍ଡାମାକା ମୁନିଗୁଡ଼ା ସରକାରୀ ମେଡ଼ିକାଲ ଚିକିତ୍ସା ଚାଲିଥିବା ବେଳେ ଆଉ ବାକି ଆକ୍ରାନ୍ତ ମାନେ ବିଷମକଟକ ଖ୍ରୀଷ୍ଟୀୟାନ ମେଡିକାଲ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ କୁମାରୀ ମାଣ୍ଡିକା,ମିଲନ ମାଣ୍ଡିକା, କବିତା ଶବର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking