19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଉଦ୍ଧବ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ: ସୁପ୍ରିମକୋର୍ଟର ବୃହତ୍ତର ପୀଠକୁ ଯିବ ମାମଲା!

ଉଦ୍ଧବ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ: ସୁପ୍ରିମକୋର୍ଟର ବୃହତ୍ତର ପୀଠକୁ ଯିବ ମାମଲା!

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ବୁଧବାର ଏହି ମାମଲାର ଶୁଣାଣି କରି ଉଭୟ ଗୋଷ୍ଠୀକୁ ଆସନ୍ତା ବୁଧବାର ସୁଦ୍ଧା ଅଧିକ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ବୃହତ୍ତର ପୀଠରେ ଏହି ମାମଲାର ଶୁଣାଣି ହୋଇପାରେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ତେବେ ଅଗଷ୍ଟ ୧ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ । ଶିବସେନାର ୧୬ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା ନୋଟିସ, ନୂଆ ବାଚସ୍ପତି ନିର୍ବାଚନ, ଲୋକସଭାରେ ଶିବସେନାର ମୁଖ୍ୟ ସଚେତକ ନିଯୁକ୍ତି, ବିଧାନସଭାରେ ଉଦ୍ଧବଙ୍କ ଆସ୍ଥାଭୋଟ ଇତ୍ୟାଦି ପ୍ରସଙ୍ଗ ନେଇ ଉଭୟପକ୍ଷ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ବିଜେପି ସମର୍ଥନରେ ନୂତନ ସରକାର ଗଠନ କରିଥିବାବେଳେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ମଧ୍ୟ ଦେଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking