19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶକୋର୍ଟଙ୍କ ଚର୍ଚ୍ଚିତ ରାୟ: ଦୁଇ ପତ୍ନୀଙ୍କ ସହ ୩ଦିନ ଲେଖାଏଁ ରହିବେ ସ୍ୱାମୀ

କୋର୍ଟଙ୍କ ଚର୍ଚ୍ଚିତ ରାୟ: ଦୁଇ ପତ୍ନୀଙ୍କ ସହ ୩ଦିନ ଲେଖାଏଁ ରହିବେ ସ୍ୱାମୀ

ଭୋପାଲ: ମଧ୍ୟପ୍ରଦେଶ ଗ୍ୱାଲିଅରରେ ଏପରି ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମାମଲାର ଜଟିଳତା ବ୍ୟତୀତ କୋର୍ଟଙ୍କ ପ୍ରଦତ୍ତ ରାୟ ଆହୁରି ଚର୍ଚ୍ଚାର ଖୋରାକ ଯୋଗାଇଛି । ଦୁଇ ପତ୍ନୀଙ୍କ ବିବାଦ ମଧ୍ୟରେ ସ୍ୱାମୀଙ୍କୁ ଦୁଇଜଣଙ୍କୁ ସହ ସମାନ ଭାବେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାମୀ ପ୍ରତ୍ୟେକ ପତ୍ନୀଙ୍କ ନିକଟରେ ସପ୍ତାହରେ ୩ ଦିନ ଲେଖାଏଁ ରହିବେ । ସେହିପରି ସପ୍ତାହକରୁ ଅବଶିଷ୍ଟ ଗୋଟିଏ ଦିନ ସେ ତାଙ୍କ ଇଚ୍ଛା ମୁତାବକ ରହିପାରିବେ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି ।

ସୂଚନା ଅନୁଯାୟୀ, ସ୍ୱାମୀ ହରିୟାଣାର ଏକ କମ୍ପାନୀରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । ୨୦୧୮ ରେ ସେ ଜଣେ ମହିଳାଙ୍କୁ ବିବାହ କରିଥିଲେ । ବିବାହ ପରେ ସେମାନେ ପରସ୍ପର ସହ ରହୁଥିଲେ, କିନ୍ତୁ ୨୦୨୦ ରେ କୋରୋନା କାଳରେ ଲକଡାଉନ ହେବା କାରଣରୁ ସେ ପତ୍ନୀଙ୍କୁ ଗ୍ୱାଲିଅରରେ ଥିବା ତାଙ୍କ ବାପଘରେ କିଛି ଦିନ ରହିବା ପାଇଁ ଛାଡି ଯାଇଥିଲେ । ହେଲେ କୋଭିଡ ପରବର୍ତ୍ତୀ ସ୍ଥିତିରେ ସ୍ୱାମୀ ଆଉ ପତ୍ନୀଙ୍କୁ ନେବାକୁ ଆସିଲେନି । ଅନ୍ୟପଟେ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ସହକର୍ମୀ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ପରେ ସେ ଦ୍ୱିତୀୟ ଥର ପାଇଁ ଉକ୍ତ ମହିଳାଙ୍କୁ ବିବାହ କରି ସେଠାରେ ହିଁ ରହୁଥିଲେ । ଅନ୍ୟପଟେ ବାପ ଘରେ ଅପେକ୍ଷା କରିଥିବା ପତ୍ନୀ ସ୍ୱାମୀଙ୍କୁ ଖୋଜିବାକୁ ହରିୟାଣାର ଉକ୍ତ କମ୍ପାନୀରେ ପହଞ୍ଚିଲେ । ସେତେବେଳେ ସେ ଜାଣିବାକୁ ପାଇଲେ ଯେ ସ୍ୱାମୀ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ସହ ଦ୍ୱିତୀୟ ବିବାହ କରିଛନ୍ତି । ଏହା ପରେ ମାମଲା ଗ୍ୱାଲିଅର ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲା । ତେବେ ଏହି ମାମଲାରେ କୋର୍ଟ କହିଛନ୍ତି, ସ୍ୱାମୀ ଦୁଇ ପତ୍ନୀଙ୍କୁ ଗୁରୁତ୍ୱ ଦେବା ସହ ଉଚିତ ସମୟ ମଧ୍ୟ ଦେବେ । କାଉନସେଲିଂ ମାଧ୍ୟମରେ ନିଷ୍ପତ୍ତି ନିଆଗଲା ଯେ, ସ୍ୱାମୀ ଗୋଟିଏ ପତ୍ନୀଙ୍କ ସହିତ ୩ ଦିନ ରହିବେ ଏବଂ ଅନ୍ୟ ପତ୍ନୀଙ୍କ ସହିତ ମଧ୍ୟ ୩ ଦିନ ରହିବେ । ଅନ୍ୟ ଗୋଟିଏ ଦିନ ତଥା ରବିବାର ସେ ନିଜ ଇଚ୍ଛା ଅନୁସାରେ ରହିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking