ଅହମ୍ମଦାବାଦ: ବିଧାନସଭା ନିର୍ବାଚନକୁ ନେଇ ଗୁଜରାଟ ରାଜନୀତି ଚରମରେ ରହିଛି । ଏହା ମଧ୍ୟରେ ଅହମ୍ମଦାବାଦ ଜାମା ମସ୍ଜିଦ୍ ଶାହୀ ଇମାମ୍ ଶବିର ଅହମ୍ମଦ ସିଦ୍ଦିକି ଏକ ବିବାଦୀୟ ବୟାନ ଦେଇଛନ୍ତି । ଏନ୍ଆଇକୁ ସୂଚନା ଦେଇ ସିଦ୍ଦିକୀ କହିଛନ୍ତି, ନିର୍ବାଚନରେ ମୁସ୍ଲିମ୍ ମହିଳାମାନଙ୍କୁ ଟିକେଟ୍ ଦେବା ଇସ୍ଲାମ୍ ବିରୋଧୀ । ଏହା ଫଳରେ ଇସ୍ଲାମ୍ ଦୁର୍ବଳ ହେଉଛି । ସେ ପ୍ରଶ୍ନ କରିଛନ୍ତ କ’ଣ ପୁରୁଷ ନାହାନ୍ତି ଯେ ମହିଳାଙ୍କୁ ଟିକେଟ୍ ଦିଆଯାଉଛି । ଏପରି କରାଗଲେ ହିଜାବ୍କୁ ସୁରକ୍ଷିତ ରଖିପାରିବା ନାହିଁ । ମୁଁ ଏପରି ଉଦ୍ୟମର ବିରୋଧୀ ବୋଲି ସେ କହିଛନ୍ତି । ସିଦ୍ଦିକୀ କହିଛନ୍ତି, ଇସ୍ଲାମ୍ରେ ନମାଜକୁ ସବୁଠୁ ଅଧିକ ମହତ୍ତ୍ୱ ଦିଆଯାଇଥାଏ ଏବଂ ନଜାମରେ ମହିଳା ସାମିଲ ହୋଇନଥାନ୍ତି । ଯଦି ମହିଳାଙ୍କ ଏପରି ଖୋଲାଖୋଲି ସାମ୍ନାକୁ ଆସିବା ସଂଗତ ହୋଇଥାନ୍ତା, ତେବେ ସେମାନଙ୍କ ମସ୍ଜିଦ୍ ପ୍ରବେଶ ଉପରେ କଟକଣା ନଥାନ୍ତା । ଏହି କାରଣରୁ ଯେଉଁମାନେ ମହିଳାଙ୍କୁ ଟିକେଟ୍ ଦେଉଛନ୍ତି, ସେମାନେ ଇସ୍ଲାମ୍ ବିରୋଧରେ ବିଦ୍ରୋହ କରୁଛନ୍ତି । ଏହା ଇସ୍ଲାମ୍ ବିରୋଧୀ ।