20.1 C
Bhubaneswar
Monday, November 18, 2024
Homeସ୍ୱାସ୍ଥ୍ୟଖରାଦିନେ ଅଧିକ ଲେମ୍ବୁ ସେବନ ସାଜିଥାଏ ସମସ୍ୟାର କାରଣ

ଖରାଦିନେ ଅଧିକ ଲେମ୍ବୁ ସେବନ ସାଜିଥାଏ ସମସ୍ୟାର କାରଣ

ଭୁବନେଶ୍ୱର : ଖରାଦିନେ ଲୋକମାନେ ଅଧିକ ଲେମ୍ବୁପାଣି ପିଇଥାଆନ୍ତି। ଦିନ ଭିତରେ ଅନେକ ଥର ଲେମ୍ବୁ ସେବନ କରନ୍ତି। ଯେପରି କି ଚଟଣୀରେ, ସାଲାଡ୍‌‌ରେ, ଚା’ରେ ଏବଂ ଲେମ୍ବୁ ସରବତ କରି ପିଇଥାଆନ୍ତି। ଏହା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି।

ଲେମ୍ବୁରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଲେମ୍ବୁ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିଥାଏ। କିନ୍ତୁ ଏହାର ଫାଇଦା ସେପର‌୍ୟ୍ୟନ୍ତ ମିଳିବ ଯେପର‌୍ୟ୍ୟନ୍ତ ଉପଯୁକ୍ତ ମାତ୍ରାରେ ଏହାର ସେବନ କରାଯାଉଥିବ। ଅତ୍ୟଧିକ ସେବନ ଦ୍ୱାରା ଅନେକ ଶାରିରୀକ ସମସ୍ୟା ହୋଇପାରେ। ତେଣୁ ଏଥିପ୍ରତି ସାବଧାନ ରହିବା ଅନିବାର‌୍ୟ୍ୟ।

ଲେମ୍ବୁରେ ଭିଟାମିନ ସି’ର ମାତ୍ରା ଅଧିକ ରହିଥାଏ। ଖରାଦିନେ ଖାଦ୍ୟ ରୂପେ ଗ୍ରହଣ କରାଯାଉଥିବା ଆମ୍ବ ଏବଂ ଅନ୍ୟାନ୍ୟ ପାଚିଲା ଫଳରେ ବି ଭିଟାମିନ୍‌‌ ସି’ ଅଧିକ ଥାଏ। ଏସବୁର ସେବନ ଫଳରେ ଶରୀରରେ ଭିଟାମିନ ସି’ ଅଧିକ ବଢ଼଼ିଯାଇଥାଏ, ଯାହା ଅନେକ ପ୍ରକାର ଶାରିରୀକ ସମସ୍ୟାର କାରଣ ସାଜିଥାଏ। ବହୁତ ମାତ୍ରାରେ ଲେମ୍ବୁ ସେବନ ଦ୍ୱାରା ଦାନ୍ତଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପଡ଼ିଥାଏ। ବୟସ୍କମାନଙ୍କ ପାଇଁ ଗୋଟିଏ ଦିନରେ ୧/୨ଟି ଲେମ୍ବୁପାଣି ଯଥେଷ୍ଟ ହୋଇଥାଏ। ପ୍ରତିଦିନ ଏହାଠାରୁ ଅଧିକ ମାତ୍ରାରେ ସେବନ କରିବା ଉଚିତ ନୁହେଁ।

କ’ଣ ହେବ ସମସ୍ୟା:
ନ୍ୟାଶନାଲ ଇନ୍‌‌ଷ୍ଟିଚ୍ୟୁଟ ଅଫ୍‌‌ ହେଲଥ ଅନୁସାରେ, ଲେମ୍ବୁ ରସରେ ଅମ୍ଳ ଅଂଶ ଅଧିକ ଥାଏ। ଏହି ଅମ୍ଳ ଦାନ୍ତକୁ କ୍ଷତି ପହଞ୍ଚାଇଥାଏ। ଦାନ୍ତ ସମ୍ବେଦନଶୀଳ ହୋଇଯାଏ ଏବଂ ଦାନ୍ତରେ ଗର୍ତ୍ତ ସୃଷ୍ଟି ହୋଇଥାଏ। ଦାନ୍ତର ସୁରକ୍ଷା ପାଇଁ ଲେମ୍ବୁପାଣି ପିଇବା ସମୟରେ ଷ୍ଟ୍ର ବା ନଳୀର ବ୍ୟବହାର କରିବା ଭଲ। ଯାହା ଫଳରେ ଅମ୍ଳୀୟ ତରଳ ସିଧାସଳଖ ଦାନ୍ତ ସମ୍ପର୍କରେ ଆସି ନ ଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking