ନୂଆଦିଲ୍ଲୀ: ପାଖେଇ ଆସୁଛି ୨୦୨୪ ଲଢ଼େଇ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଭାରତ ଯୋଡ଼ ଯାତ୍ରାର ଦ୍ବିତୀୟ ସଂସ୍କରଣ ଆରମ୍ଭ କରିବାକୁ ଘୋଷଣା କରିଛି । କିନ୍ତୁ ଏଥର ଭାରତ ଯୋଡ଼ ନୁହେଁ, ‘ଭାରତ ନ୍ୟାୟ ଯାତ୍ରା’ କରିବେ ରାହୁଲ ଗାନ୍ଧୀ । ଭାରତ ଯୋଡ ଯାତ୍ରାର ନାମ ବଦଳାଯାଇ ‘ଭାରତ ନ୍ୟାୟ ଯାତ୍ରା’ ରଖାଯାଇଛି ।
ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ପଦଯାତ୍ରା ଆରମ୍ଭ କରିବ । କଂଗ୍ରେସ ନେତା ଦୀର୍ଘ ୬,୨୦୦ କିଲୋମିଟର ରାସ୍ତା ଅତିକ୍ରମ କରିବେ । ଭାରତ ନ୍ୟାୟ ଯାତ୍ରା ହିଂସାଗ୍ରସ୍ତ ଉତ୍ତରପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ । ଏହି ଯାତ୍ରାରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ । ଏନେଇ ଆଜି କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ସୂଚନା ଦେଇଛନ୍ତି ।