26.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶକଂଗ୍ରେସ ଏଥର ୪୦ ସିଟ୍ ବି ପାଇବ ନାହିଁ : ମୋଦି

କଂଗ୍ରେସ ଏଥର ୪୦ ସିଟ୍ ବି ପାଇବ ନାହିଁ : ମୋଦି

ନୂଆଦିଲ୍ଲୀ : ରାଜ୍ୟସଭାରେ ସଂଗ୍ରେସକୁ ସିଧା ଟର୍ଗେଟ କଲେ ପ୍ରଧାନମନ୍ତ୍ରୀ । ବାବା ସାହେବ ନଥିଲେ, ଏସସି/ଏସଟିଙ୍କୁ ସଂରକ୍ଷଣ ମିଳିନଥାନ୍ତା ବୋଧେ । ପରିବାର ଲୋକଙ୍କୁ ଭାରତ ରତ୍ନ, ବାବା ସାହେବଙ୍କୁ ଦେବାକୁ ଭୁଲିଗଲେ । କଂଗ୍ରେସ ଆଜନ୍ମ ସଂରକ୍ଷଣ ବିରୋଧୀ ବୋଲି କହିଲେ ପ୍ରଧାନମନ୍ତ୍ରୀ । ନେହେରୁ ନିଜେ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ସଂରକ୍ଷଣ ବିରୋଧୀ କହିଥିଲେ । କଂଗ୍ରସର ଜଣେ ଉପଦେଷ୍ଟା ଆମେରିକାରେ ବସିଛନ୍ତି । ଉକ୍ତ ବ୍ୟକ୍ତି ବବା ସାହେବଙ୍କ ଅବଦାନଙ୍କୁ ନ୍ୟୁନ ଦେଖାଇବା ଚେଷ୍ଟା କରିଛନ୍ତି । କଂଗ୍ରେସ ଆଦିବାସୀ ରାଷ୍ଟ୍ରପତିଙ୍କୁ ବିରୋଧ କରିଛି କହିଲେ ମୋଦି । ରାଷ୍ଟ୍ରପତିଙ୍କୁ ଅପମାନିତ କରିବାକୁ ବି କଂଗ୍ରେସ ପଛାଇନି । କଂଗ୍ରେସ ଆଦିବାସୀ, ପଛୁଆ ବର୍ଗ ବିରୋଧୀ । ସବ୍‌କା ସାଥ କବ୍‌କା ବିକାଶ ମୋଦି ଗ୍ୟାରେଣ୍ଟି କହିଲେ ପ୍ରଧାନମନ୍ତ୍ରୀ । ଲୋକଙ୍କ ବିଶ୍ୱାସ ଜିତିଛୁ, ଏବେ କେବଳ ମୋଦି ଗ୍ୟାରେଣ୍ଟି ଚଲିବ । ମୁଁ ସ୍ୱାଧୀନ ଭବରେ ଜନ୍ମ ହୋଇଛି ମୋ ବିଚାରଧାରା ସ୍ୱାଧୀନ । ଗୁଲାମୀ ସମୟରେ ଜନ୍ମ ନେଇନି କି ମୋ ବିଚାରଧରା ଗୁଲମୀ ନୁହେଁ । ବିଏସଏନଏଲ, ଏୟାର ଇଣ୍ଡିଆକୁ କିଏ ତଳିତଳାନ୍ତ କରିଦେଲା । ଯେଉଁ ବିଏସଏନଏଲକୁ ବରବାଦ କରିଥିଲେ, ସେହି ଏବେ ୫ଜି  ଆଣିଛି । ହାଲ୍‌କୁ ବରବାଦ କରିଥିଲ, ଏବେ ହାଲ୍ ସବୁଠାରୁ ବଡ ହେଲିକପ୍ଟର କରିଛି । ସରକାରୀ ଶିଳ୍ପ ସଂସ୍ଥାନକୁ ବିକ୍ରି କରାଯାଉଥିବା ମିଛ ଆରୋପ ଆଣୁଛନ୍ତି । ୨୦୧୪ରେ ୨୩୪ ଥିଲା, ଏବେ ୨୫୪ ପିଏସୟୁ ଅଛି ; କେମିତି ବିକ୍ରି ହେଲା । ମାନଙ୍କ ହାତ ଯେଉଁଠି ଲଗିବ ଡୁବିବା ଥୟ ବୋଲି କହିଲେ ପ୍ରଧାନମନ୍ତ୍ରୀ  ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking