27.1 C
Bhubaneswar
Saturday, June 22, 2024
Homeଓଡିଶାଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା କଂଗ୍ରେସର ଦୀର୍ଘ ଦିନର ଆନ୍ଦୋଳନ ଓ ଦାବିର ପ୍ରତିଫଳନ- ଶିବାନନ୍ଦ ରାୟ

ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା କଂଗ୍ରେସର ଦୀର୍ଘ ଦିନର ଆନ୍ଦୋଳନ ଓ ଦାବିର ପ୍ରତିଫଳନ- ଶିବାନନ୍ଦ ରାୟ

ଭୁବନେଶ୍ୱର – ରାଜ୍ୟ ସରକାର ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ନିଷ୍ପତିକୁ ସ୍ୱାଗତ ଜଣାଇ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦୀର୍ଘଦିନ ଧରି କଂଗ୍ରେସ ଦଳ ପକ୍ଷରୁ ଶ୍ରୀ ଜିଉମାନଙ୍କ ଦର୍ଶନ ପାଇଁ ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲିବା ନିମନ୍ତେ ସରକାରଙ୍କ ନିକଟରେ ଦାବି ଜଣାଇବା ସହ ବାରମ୍ବାର ଆନ୍ଦୋଳନ କରିଆସୁଥିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଗଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ଏଥିପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୁରୀରେ ଏକ ବିଶାଳ ଆନ୍ଦୋଳନ କାର୍ଯ୍ୟକ୍ରମ ମାଧ୍ୟମରେ ଚାରିଦ୍ୱାର ଖୋଲିବା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବା ସହ ପ୍ରତି ବ୍ଲକରୁ ତୁଳସୀ ସଂଗ୍ରହ କରାଯାଇ ଭୁବନେଶ୍ୱରରୁ ତୁଳସୀ ଯାତ୍ରା ପୁରୀ ଅଭିମୁଖେ ଯାଇ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟରେ ଶାସନ କରୁଥିବା ତତ୍‌କାଳୀନ ସରକାର ଏହି ଦାବିକୁ ଭୃକ୍ଷେପ ନକରିବା କାରଣରୁ ଏ ସରକାରକୁ ମହାପ୍ରଭୁ ପତନ ଘଟାଇଲେ । ଆଜିର ସରକାର ନେଇଥିବା ନିଷ୍ପତି କଂଗ୍ରେସର ଦୀର୍ଘଦିନର ଆନ୍ଦୋଳନ ଓ ଦାବିର ପ୍ରତିଫଳନ ବୋଲି ଶ୍ରୀ ରାୟ କହିଛନ୍ତି ।
ଶ୍ରୀ ରାୟ ଆହୁରିମଧ୍ୟ କହିଛନ୍ତି ଯେ ଦେଶ ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଆସିବାପରେ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ଖାଉଟିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଲ, କ୍ଷୀର, ଡାଲି ଇତ୍ୟାଦି ଅନେକ ସାମଗ୍ରୀର ଦରବୃଦ୍ଧି କାରଣରୁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ଦରଦାମକୁ ନିୟନ୍ତ୍ରଣ କରିବାପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାପାଇଁ ଶ୍ରୀ ରାୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking