ଭୁବନେଶ୍ୱର : ଗତ ଦୁଇଦିନ ଧରି ଭୁବନେଶ୍ୱର, ୩୦ନଂ ଜୋନର ବିଜୁ ଜନତା ଦଳର ପ୍ରାର୍ଥିନୀ ବବିତା ରାଉତ ଶତାଧିକ କର୍ମୀଙ୍କ ଗହଣରେ ତାଙ୍କର ପ୍ରଚାର କାର୍ଯ୍ୟକ୍ରମ ଅର୍ଥାତ ପଦଯାତ୍ରା ଓ କର୍ମୀସମ୍ମିଳନୀ କରିଥିଲେ । ଆଜି ଦୁଇ ତିନି ଜଣ ପୂର୍ବତନ କର୍ପୋରେଟର ବିଜୁ ଛାତ୍ର ଜନତା ଦଳର ସୁବାଷ ସାହୁ, ପୂର୍ବତନ ୩୦ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତଙ୍କ ସହିତ ବିଜୁ ଜନତା ଦଳର ଶତାଧିକ କର୍ମୀଙ୍କ ଗହଣରେ ତାଙ୍କର ପ୍ରଚାର କାର୍ଯ୍ୟ ଜାରିରଖିଛନ୍ତି ।
ନିର୍ବାଚନ ଆୟୋଗ ଘୋଷଣା କରିଥିବା ମହାମାରୀ କରୋନା ନିୟମକୁ ସିଧାସଳଖ ଭାବରେ ସେମାନେ ଉଲଙ୍ଘନ କରିଛନ୍ତି ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଓ ଭୁବନେଶ୍ୱର ଉତର ଦାୟୀତ୍ୱରେ ଥିବା ବ୍ଲକ ସଭାପତି ଅଶୋକ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ମାଧ୍ୟମରେ ବିଜୁ ଜନତା ଦଳ ସରକାରରେ ଥାଇ ଏଭଳି କାର୍ଯ୍ୟ କରିଥିବାରୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ଅଶୋକ ଦାସଙ୍କ ନେତୃତ୍ୱରେ କୋଭିଡ-୧୯ ର ନିୟମ ଅନୁଯାୟୀ ଏକ ଚାରିଜଣିଆ ପ୍ରତିନିଧି ଦଳ ବ୍ଲକ ସଭାପତି ମନୋରଞ୍ଜନ ଜେନା,ଶ୍ରୀ ବ୍ରହ୍ମାନନ୍ଦ ସାହୁ, ମିହିର ଆଚାର୍ଯ୍ୟ ପ୍ରମୁଖ ଆୟୋଗଙ୍କୁ ଭେଟି ନିର୍ବାଚନୀ ନିୟମର ଖୋଲାଖୋଲି ଉଲଙ୍ଘନ କରିଥିବାରୁ ବିଜେଡ଼ି ଦଳ, ୩୦ ନଂ ଜୋନର ପ୍ରାର୍ଥିନୀ ବବିତା ରାଉତ ଏବଂ ସଂପୃକ୍ତ ଅନ୍ୟ ବ୍ୟକ୍ତି ବିଶେଷ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଥିଲେ ।