29.1 C
Bhubaneswar
Monday, November 18, 2024
Homeଓଡିଶାପି.ଆର. ହାଇସ୍କୁଲ ଓ ଚନ୍ଦନଭାଟି ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ନରସିଂହ

ପି.ଆର. ହାଇସ୍କୁଲ ଓ ଚନ୍ଦନଭାଟି ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ନରସିଂହ

 

ସ୍କୁଲ ଭିତ୍ତିଭୂମି ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯିବ-ନରସିଂହ

ବଲାଙ୍ଗିର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଚାଲିଥିବା ମୋ ସ୍କୁଲ ଯୋଜନା ଅନ୍ତର୍ଗତ ପୋଷ୍ୟ ସ୍କୁଲ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ସହରର ପୃଥ୍ୱୀରାଜ ହାଇସ୍କୁଲ ଏବଂ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟିର ସରକାରୀ ପଂଚାୟତ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ପୋଷ୍ୟ ସ୍କୁଲ ଗ୍ରହଣ କାର୍ଯ୍ୟକ୍ରମରେ ସରକାରଙ୍କ ଦ୍ୱାରା ମାନ୍ୟବର ବିଧାୟକମାନଙ୍କୁ ଆହ୍ୱାନ କ୍ରମେ ଶ୍ରୀ ମିଶ୍ର ଏ ଉଭୟ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ପାଇଁ ଜାନୁୟାରୀ ୨୮ ତାରିଖ ଦିନ ବିଭାଗକୁ ଚିଠି ମାଧ୍ୟମରେ ନିଜର ଇଚ୍ଛା ଜାହିର କରିଥିଲେ । ଏ ଉଭୟ ସ୍କୁଲର ଭିତ୍ତିଭୂମି ସାଙ୍ଗକୁ ସ୍କୁଲର ଶିକ୍ଷାଦାନ କ୍ଷେତ୍ରରେ ବିଶେଷ ଉନ୍ନତି କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଏ ଅଂଚଳର ଉଭୟ ହାଇସ୍କୁଲ ବହୁ ପୁରାତନ । ଉଭୟ ହାଇସ୍କୁଲ ଜିଲ୍ଲା ତଥା ରାଜ୍ୟକୁ ଅନେକ କୃତି ଛାତ୍ର ଦେଇଛନ୍ତି ଯେଉଁମାନେ କି ପରବର୍ତ୍ତି ସମୟରେ ରାଜ୍ୟ ପ୍ରଶସନ ତଥା ସରକାର ରେ ବିଭିନ୍ନ ଉଚ୍ଚ ପଦ ପଦବୀରେ ରହି ଅଂଚଳକୁ ସେବା ପ୍ରଦାନ କରିଛନ୍ତି । ସେ ନିଜେ ମଧ୍ୟ ପୃଥ୍ୱୀରାଜ ହାଇସ୍କୁଲରେ ଶିକ୍ଷା ଗ୍ରହଣ କରିଥିବାରୁ ବର୍ତ୍ତମାନ ମୋ ସ୍କୁଲ ଅଭିଯାନରେ ନିଜ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଥିବାରୁ ଗର୍ବିତ ବୋଲି ଶ୍ରୀ ମିଶ୍ର କହିଥିଲେ । ଏ ସ୍କୁଲର ଶିକ୍ଷାଦାନ କ୍ଷେତ୍ରରେ କୌଣସି ବି ସୁଯୋଗ ହାତଛଡା କରାଯିବ ନାହିଁ ଏବଂ ଏ ଉଭୟ ହାଇସ୍କୁଲକୁ ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କଳାଭଳିଆ ଏକ ଏକ ଆଦର୍ଶ ସ୍କୁଲରେ ପରିଣତ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking