31.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶହିନ୍ଦୁମାନଙ୍କୁ ବିଭାଜନ କରି ଦେଶକୁ ଧ୍ୱଂସ କରିବାକୁ ଉଦ୍ୟମ କରୁଛି କଂଗ୍ରେସ : ପ୍ରଧାନମନ୍ତ୍ରୀ

ହିନ୍ଦୁମାନଙ୍କୁ ବିଭାଜନ କରି ଦେଶକୁ ଧ୍ୱଂସ କରିବାକୁ ଉଦ୍ୟମ କରୁଛି କଂଗ୍ରେସ : ପ୍ରଧାନମନ୍ତ୍ରୀ

ରାୟପୁର : ବିହାର ଜାତିଭିତ୍ତିକ ଜନଗଣନା ରିପୋର୍ଟକୁ କଂଗ୍ରେସ ସ୍ବାଗତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଟାର୍ଗଟ କରିଛନ୍ତି। କଂଗ୍ରେସ ହିନ୍ଦୁମାନଙ୍କୁ ବିଭାଜନ କରି ଦେଶକୁ ଧ୍ୱଂସ କରିବାକୁ ଉଦ୍ୟମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତକାଲି ମଧ୍ୟପ୍ରଦେଶରେ ଏକ ରାଲିରେ ମୋଦୀ ଜାତିଭିତ୍ତିକ ଜନଗଣନାକୁ ନେଇ କଂଗ୍ରେସ ଉପରେ ବର୍ଷିଥିବା ବେଳେ ଆଜି ମଧ୍ୟ ଛତିଶଗଡର ଜଗଦଲପୁର ଗସ୍ତରେ ସମାନ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ଛତିଶଗଡର ଜଗଦଲପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବସ୍ତରର ଦନ୍ତେଶ୍ୱରୀ ଦେବୀ ମନ୍ଦିରରେ ପୂଜା କରିବା ପରେ ନିଜ ଗସ୍ତକାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି ପୂର୍ବରୁ କଂଗ୍ରେସ କହିଥଲା ଯେ ପ୍ରଥମ ଅଧିକାର ସଂଖ୍ୟାଲଘୁ ଏବଂ ମୁସଲମାନମାନଙ୍କର ଅଟେ, କିନ୍ତୁ ବର୍ତ୍ତମାନ ଅଧିକାର ପାଇବ ତାହା ଜନସଂଖ୍ୟା ସ୍ଥିର କରିବ ବୋଲି କହୁଛି। ସଂଖ୍ୟାଲଘୁମାନଙ୍କୁ ହଟାଇବାକୁ କଂଗ୍ରେସ ଚାହୁଁଛି କି? କଂଗ୍ରେସ ଗରିବ ଲୋକଙ୍କୁ ଭାଗ କରିବାକୁ ଚାହୁଁଛି କି? ମୋ ପାଇଁ ଗରିବ ହେଉଛି ସବୁଠାରୁ ବଡ ଜାତି। ପାରସ୍ପରିକ ବ୍ୟବଧାନ ବୃଦ୍ଧି କରିବାକୁ କଂଗ୍ରେସ ଚାହୁଁଛି। କଂଗ୍ରେସ କେବଳ ଦାରିଦ୍ର୍ୟ ଦେଇଛି ଏବଂ ଦେଶ ବିଭାଜନ ପାଇଁ କାର୍ଯ୍ୟ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking