32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶକଙ୍ଗନା ରାଣାୱତଙ୍କୁ କଡ଼ା ଚେତାବନୀ ଦେଲା କଂଗ୍ରେସ

କଙ୍ଗନା ରାଣାୱତଙ୍କୁ କଡ଼ା ଚେତାବନୀ ଦେଲା କଂଗ୍ରେସ

ନୂଆଦିଲ୍ଲୀ :  ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ କଡ଼ା ଚେତାବନୀ ଦେଇଛି କଂଗ୍ରେସ। ହିମାଚଳ ପ୍ରଦେଶର କ୍ଷମତାସୀନ କଂଗ୍ରେସ ସରକାର ବେଆଇନ ଭାବେ ବିପର୍ଯ୍ୟୟ ପରିଚାଳନା ପାଇଁ ଆସୁଥିବା ପାଣ୍ଠିକୁ ସୋନିଆ ଗାନ୍ଧିଙ୍କ ପାଖକୁ ପଠାଉଥିବା କଙ୍ଗନା ଅଭିଯୋଗ କରିଥିଲେ। ଏହା ଉପରେ ହିମାଚଳର ପୂର୍ତ୍ତ ବିଭାଗ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନାକୁ ନିଜ ବୟାନ ଫେରାଇ ନେଇ କ୍ଷମା ମାଗିବାକୁ ଚେତାବନୀ ଦେଇଛନ୍ତି। ନଚେତ ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ ବୋଲି ମଧ୍ୟ ସେ କହିଛନ୍ତି।

ଶ୍ରୀ ସିଂହ କହିଛନ୍ତି, “ଯଦି କଙ୍ଗନା ନିଜ ବୟାନ ପ୍ରତ୍ୟାହାର ନ କରନ୍ତି, ତା’ହେଲେ ଆମେ ତାଙ୍କ ନାଁରେ ମାନହାନୀ କେସ କରିବୁ। ସେ କେଉଁ ଆଧାରରେ ଏପରି ବୟାନ ଦେଲେ? ସୋନିଆ ଗାନ୍ଧିଙ୍କ ଭଳି ନେତ୍ରୀଙ୍କ ସମ୍ପର୍କରେ ସେ ଏତେ ବଡ଼ କଥା କହିବା ଅତ୍ୟନ୍ତ ଦୁର୍ଭ୍ୟଗଜନକ। କେନ୍ଦ୍ରରୁ ଆସୁଥିବା ଟଙ୍କା କିମ୍ବା ରାଜ୍ୟର ବିକାଶ ପାଣ୍ଠିକୁ ସୋନିଆ ଗାନ୍ଧିଙ୍କୁ ଦିଆଯିବା ବୟାନ ଅତ୍ୟନ୍ତ ନିର୍ବୋଧର ପରିଚୟ। ମୁଁ କଙ୍ଗନାକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି ଯେ ଟଙ୍କାଟିଏ ମଧ୍ୟ ସ୍ଥାନାନ୍ତର ହୋଇଥିବାର ପ୍ରମାଣ ଦିଅନ୍ତୁ। ଯଦି ପ୍ରମାଣ ଦେଇପାରିବେ ନାହିଁ. ତା’ହେଲେ ନିଜର ଭିତ୍ତିହୀନ ଅଭିଯୋଗ ପାଇଁ ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking