27.1 C
Bhubaneswar
Tuesday, March 31, 2026
Homeଓଡିଶାକିଟ ଛାତ୍ରୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବାପାଇଁ ତଥ୍ୟ ଅନୁଧ୍ୟାନ କମିଟି ଗଠନ କଲା କଂଗ୍ରେସ

କିଟ ଛାତ୍ରୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବାପାଇଁ ତଥ୍ୟ ଅନୁଧ୍ୟାନ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର କିଟ ବିଶ୍ୱବିଦ୍ୟାଳୟରେ ଗତ କିଛି ଦିନ ତଳେ ହୋଇଥିବା ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ଓ ଗତ ସପ୍ତାହରେ ପୁନଶ୍ଚ ହୋଇଥିବା ନେପାଳୀ ଛାତ୍ରୀ ମୃତୁୃ୍ୟ ଘଟଣା ସାରା ଦେଶରେ ତଥା ବିଦେଶରେ ଆଲୋଡ଼ ସୃଷ୍ଟି କରିଛି। ସେହିଭଳି ବିଚ୍ ରାସ୍ତା ଉପରେ ଛାତ୍ରୀମାନଙ୍କୁ ଟଣା ଓଟରା ଆଦି ଘଟଣା ବିଭିନ୍ନ ସମ୍ବାଦପତ୍ରରେ ମଧ୍ୟ ପ୍ରକାଶିତ ହୋଇଛି ଯାହାକି ଅତ୍ୟନ୍ତ ଉଦ୍‌ବେଗର ବିଷୟ। ଉପରୋକ୍ତ ଘଟଣାଗୁଡ଼ିକର ଅନୁଧ୍ୟାନ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ମାନଙ୍କୁ ନେଇ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି। ଏହି କମିଟିରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଅଧ୍ୟକ୍ଷ ରହିଥିବା ବେଳେ ସଦସ୍ୟ ଭାବରେ ପୂର୍ବତନ ସାଂସଦ ସକୁନ୍ତଳା ଲାଗୁରୀ, ଅଖିଳ ଭାରତ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା, ବିଧାୟକ ପ୍ରାଥ୍ରୀ ଅମିତା ବିଶ୍ୱାଳ, ପୂର୍ବତନ କଟକ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଅମ୍ରିତା ଦାସ, ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ ଓ ଛାତ୍ର କଂଗ୍ରେସର ଲିପିକା ପାତ୍ର ପ୍ରମୁଖ ରହିଛନ୍ତି। ଉକ୍ତ କମିଟି ଖୁବଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ଅନୁଧ୍ୟାନ କରିବେ ଓ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବାକୁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking