27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଅମିତ ଶାହଙ୍କ ବିରୋଧରେ କଂଗ୍ରେସର ଏଫ୍‌ଆଇଆର୍‌

ଅମିତ ଶାହଙ୍କ ବିରୋଧରେ କଂଗ୍ରେସର ଏଫ୍‌ଆଇଆର୍‌

ବେଙ୍ଗାଲୁରୁ : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଂଗ୍ରେସ ଗୁରୁବାର ବେଙ୍ଗାଲୁରୁରେ ଏଫ୍‌ଆଇଆର୍ ରୁଜୁ କରିଛି । ଏଥିରେ ଅମିତ ଶାହଙ୍କ ବିରୋଧରେ ଉତ୍ତେଜକ ବୟାନ ଦେବା, ଘୃଣା ପ୍ରଚାର କରିବା ଏବଂ ବିରୋଧୀଙ୍କ ଛବି ଖରାପ କରିବା ଅଭିଯୋଗ କରାଯାଇଛି । ଏଫ୍‌ଆଇଆର୍‌ରେ ଶାହଙ୍କ ବ୍ୟତୀତ ଅନ୍ୟ ବିଜେପି ନେତା ଏବଂ ବିଜୟପୁରାରେ ରାଲି ଆୟୋଜନ କରାଇଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ରହିଛି । ବିଜୟପୁରାରେ ଆୟୋଜିତ ଏକ ନିର୍ବାଚନ ରାଲିରେ ଶାହ କହିଥିଲେ, ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ହେବ । ଏହି ବୟାନକୁ ନେଇ କଂଗ୍ରେସ ମାମଲା ରୁଜୁ କରିଛି ।

କଂଗ୍ରେସ ନେତା ରଣଦୀପ ସୁରଜେୱାଲା, ଡା. ପରମେଶ୍ୱର ଏବଂ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ବେଙ୍ଗାଲୁରୁର ହାଇ ଗ୍ରାଉଣ୍ଡ୍‌ସ ଥାନାରେ ଏହି ଏଫ୍‌ଆଇଆର୍ ରୁଜୁ କରିଛନ୍ତି । ଏହା ସହିତ କଂଗ୍ରେସ ଶାହଙ୍କ ବୟାନକୁ ନେଇ ନିର୍ବାଚନ କମିଶନ ନିକଟରେ ମଧ୍ୟ ଅଭିଯୋଗ କରିଛି । ଏଫ୍‌ଆଇଆର୍‌ରେ ଶାହଙ୍କ ଭାଷଣର ଭିଡିଓ ମଧ୍ୟ ପ୍ରଦାନ କରାଯାଇଛି ।

କର୍ଣ୍ଣାଟକରେ ମେ ୧୦ ତାରିଖରେ ବିଧାନସଭା ନିର୍ବାଚନ ହେବ । ଏଥିପାଇଁ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ ଏବଂ ରାଜନାଥ ସିଂହଙ୍କ ସମେତ ବିଜେପିର ବଡ଼ ବଡ଼ ନେତାମାନେ ଜୋର୍‌ଦାର ରାଲି କରୁଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍‌ଗେ ମଧ୍ୟ ପ୍ରଚାର ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking