ରେଢ଼ାଖୋଲ: ପୌର ନିର୍ବାଚନ ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନଏସିରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାର ଚତୁର୍ଥ ଦିବସରେ ଅଧ୍ୟକ୍ଷ ଓ କାଉନସିଲର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ମାତ୍ର କଂଗ୍ରେସ ପକ୍ଷରୁ ୧୦ଟି ୱାର୍ଡରେ ପ୍ରାର୍ଥୀ ଦିଆଯାଇପାରିନାହିଁ । ପ୍ରଥମେ ବିଜେପି ପକ୍ଷରୁ ସ୍ଥାନୀୟ ରାମ ମନ୍ଦିରଠାରୁ ବିରାଟ ଶୋଭାଯାତ୍ରାରେ ସହର ମଧ୍ୟ ଦେଇ ସ୍ଥାନୀୟ ସହର ବସଷ୍ଟାଣ୍ଡ ସ୍ଥିତ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ରେଢାଖୋଲ ଏନ୍ଏସି କାର୍ଯ୍ୟାଳୟଠାରେ ପହଞ୍ଚି ନିର୍ବାଚନ ଅଧିକାରୀ ତଥା ତହସିଲଦାର ବ୍ରେସିୟସ ଡୁଙ୍ଗଡୁଙ୍ଗଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ଏହି ନାମାଙ୍କନ ପତ୍ର ଦାଖଲରେ ବିଜେପିର ଅଧ୍ୟକ୍ଷ ପଦ ପାଇଁ ଶିବରାମ ସାହୁ , କାଉନସିଲର ପଦ ପାଇଁ ୱାର୍ଡ ନମ୍ୱର ୧ରୁ ଅନୁସୂୟା ପ୍ରଧାନ, ୱାର୍ଡ ନମ୍ବର ୨ରୁ ପୁଷ୍ପାଞ୍ଜଳି ପ୍ରଧାନ, ୱାର୍ଡ ନମ୍ବର ୩ରୁ କୁମୁଦ ନାଗ, ୱାର୍ଡ ନମ୍ବର ୪ରୁ ଝିଲି ବହିଦାର, ୱାର୍ଡ ନମ୍ବର ୫ରୁ ବୀଣାପାଣି ବିଶ୍ୱାଳ,ୱାର୍ଡ ନମ୍ବର ୬ରୁ ରାମ ଚନ୍ଦ୍ର ପ୍ରଧାନ, ୱାର୍ଡ ନମ୍ବର ୭ରୁ ବବିତା ବେହେରା, ୱାର୍ଡ ନମ୍ବର ୮ରୁ ଅର୍ଜୁନ ମିର୍ଦ୍ଧା, ୱାର୍ଡ ନମ୍ବର ୯ରୁ ଲବକାଶି ଷଣ୍ଢ, ୱାର୍ଡ ନମ୍ବର ୧୦ରୁ ରଞ୍ଜନ ପାଣ୍ଡେ,ୱାର୍ଡ ନମ୍ବର ୧୧ରୁ ରଞ୍ଜିତ ସିଂ, ୱାର୍ଡ ନମ୍ବର ୧୨ରୁ କଳ୍ପନା ନାୟକ, ଓ ୱାର୍ଡ ନମ୍ବର ୧୩ରୁ ସିତୁ ଭଞ୍ଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟାରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ଦେବେନ୍ଦ୍ର ମହାପାତ୍ର, ପ୍ରତାପ ପ୍ରଧାନ, ବିଚିତ୍ରା ନନ୍ଦ ସାହୁ, ରାମାନୁଜ ମହାପାତ୍ର, ଆଦି ବହୁ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇ ଥିଲେ । ସେହିପରି ବିଜେଡି ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ସୁନୀଲ କୁମାର ପ୍ରଧାନ ଓ କାଉନସିଲର ପଦ ପାଇଁ ୱାର୍ଡ ନମ୍ବର ୧ରୁ ବିନୋଦିନୀ ପ୍ରଧାନ, ୱାର୍ଡ ନମ୍ବର ୨ରୁ ପିଙ୍କି ମେହେର , ୱାର୍ଡ ନମ୍ୱର ୩ରୁ ଜିତେନ୍ଦ୍ର ବାଘ, ୱାର୍ଡ ନମ୍ବର ୪ରୁ ସୁଧାଂଶୁ ଅମାତ, ୱାର୍ଡ ନମ୍ବର ୫ରୁ ମାନସୀ ଦାସ, ୱାର୍ଡ ନମ୍ବର ୬ରୁ ରଞ୍ଜିତା ପ୍ରଧାନ, ୱାର୍ଡ ନମ୍ବର ୭ରୁ ଜଲୀ ରାଣୀ ସେଠୀ, ୱାର୍ଡ ନମ୍ବର ୮ରୁ ପୁରୁଷୋତ୍ତମ ବେହେରା, ୱାର୍ଡ ନମ୍ବର ୯ ତାପସ୍ୱିନୀ ମହାକୁଡ଼, ୱାର୍ଡ ନମ୍ବର ୧୦ରୁ ସୁବାସ ପାଣ୍ଡେ, ,ୱାର୍ଡ ନମ୍ବର ୧୧ରୁ ସ୍ୱର୍ଣ ପ୍ରଭା ପ୍ରଧାନ, ୱାର୍ଡ ନମ୍ବର ୧୨ରୁ ସନ୍ଧ୍ୟା ରାଣୀ ବେହେରା,ୱାର୍ଡ ନମ୍ବର ୧୩ରୁ ବିଭୁତି ଭୂଷଣ ସାହୁ ନାମଙ୍କନ ପତ୍ର ଦାଖଲ କରିଥିଲେ । ନାମଙ୍କନ ପତ୍ର ଦାଖଲ ଅବସରରେ ରେଢାଖୋଲ ବିଧାୟକ ତଥା ସରକାରୀ ଉପମୂଖ୍ୟ ସଚେତକ ଇଁ. ରୋହିତ ପୂଜାରୀଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ । ହେଲେ ବିଜେଡି ପକ୍ଷରୁ ହୋଇ ଥିବା ଏହି ନାମଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଓ କାଉନସିଲର ପଦ ପାଇଁ ଆଶାୟୀ ଥିବା ବହୁ ଦଳୀୟ କର୍ମୀଙ୍କୁ ଦେଖିବାକୁ ମିଳି ନ ଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ନାନା ଆଲୋଚନା ହେଉ ଥିବା ବେଳେ କେହି କେହି ଏହାକୁ ଗୋଷ୍ଠୀ କନ୍ଦଳ ବୋଲି ଆଲୋଚନା ହେଉଛି । ନାମାଙ୍କନ ପତ୍ର ଦାଖଲ ବେଳେ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟ କାରେଣି ସଦସ୍ୟ ପୁରୁଷୋତ୍ତମ ଅଗ୍ରୱାଲ,ରେଢାଖୋଲ ବ୍ଲକ ଯୁବ ସଭାପତି ସୂର୍ଯ୍ୟକାନ୍ତ ପ୍ରଧାନ, ନଗର ସଭାପତି ସିଦ୍ଧାର୍ଥ ପ୍ରଧାନ, ଯୁବ ବିଜେଡି ଉପ ସଭାପତି ସୁଜିତ କୁମାର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷଣ ପ୍ରଧାନ ଆଦି ବହୁ ବରିଷ୍ଠ କର୍ମୀଙ୍କୁ ଦେଖିବାକୁ ମିଳି ନ ଥିଲା । ସେହିପରି କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ସଜଲ କାନ୍ତ ପାଲ ଓ କାଉନସିଲର ପଦ ପାଇଁ ୬ନମ୍ବର ୱାର୍ଡରୁ ମନ ହର ଦିପ, ୱାର୍ଡ ନମ୍ବର ୮ରୁ ଅମରେଶ ନାଏକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ହେଲେ ରେଢାଖୋଲ ଏନଏସି ୧୩ୱାର୍ଡ ବିଶିଷ୍ଟ ହୋଇ ଥିବା ବେଳେ କଂଗ୍ରେସ କାଉନସିଲର ପଦ ୨ଟି ୱାର୍ଡ ରେ ଦେଇ ଥିବା ବେଳେ ଆଉ ୧୧ଟି ୱାର୍ଡରେ ପ୍ରାର୍ଥୀ ଦେଇ ପାରି ନାହିଁ । ନାମାଙ୍କନ ପତ୍ର ଦାଖଲ ରେ ବରିଷ୍ଠ କଂଗ୍ରେସ ନେତା ଦୁଲାଲ ପ୍ରଧାନ, ହରେଶ କର୍ଣ, ବିଶ୍ୱଜିତ ପଣ୍ଡା, ରଞ୍ଜନ ରାଉତ, ସାହଜିତ ବୀର ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ଆମ ଆଦମୀ ପାର୍ଟି ପକ୍ଷରୁ କାଉନସିଲର ପାଇଁ ୬ନମ୍ବର ୱାର୍ଡରୁ ଅନ୍ତର୍ଯ୍ୟାମୀ ପ୍ରଧାନ କେବଳ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏ ସଂକ୍ରାନ୍ତରେ ନିର୍ବାଚନ ଅଧିକାରୀ ତଥା ତହସିଲଦାର ବ୍ରେସିୟସ ଡୁଙ୍ଗଡୁଙ୍ଗଙ୍କୁ ପଚାରିବାରେ ଖବର ଲେଖା ହେବା ପର୍ଯ୍ୟନ୍ତ ୧ ଅଧ୍ୟକ୍ଷ ପଦ ପାଇଁ ୬ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା କହିଛନ୍ତି ।