19.1 C
Bhubaneswar
Friday, November 22, 2024
Homeରାଜନୀତିଗୃହ ବିଭାଗରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଗୃହ ବିଭାଗରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ବର: ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଦଳା ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏଭଳି ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ଦାୟୀ। ଏଣୁ ପ୍ରଥମେ ଗୃହ ବିଭାଗରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୃହ ବିଭାଗର କର୍ମୀ ହତ୍ୟା କରୁଛି ହେଲେ ମୁଖ୍ୟମନ୍ତ୍ରୀ ଚୁପ।

ଅଭିଯୁକ୍ତ ପୁଲିସ ଅଧିକାରୀ ମୁଣ୍ଡ ଖରାପ ଥିଲା ବୋଲି କୁହା ଗଲାଣି। ଆଉ କେହି ତାଙ୍କର ଫାଇଦା ନେବା ପାଇଁ ହତ୍ୟା କରିନାହିଁ ତ ଏଭଳି ପ୍ରଶ୍ନ ଏବେ ଉଠୁଛି। ୪୮ ଘଣ୍ଟା ପରେ ଵି ପୁଲିସ ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଖୋଜି ପାରିନି। ପୁଲିସ ଡିଜି ଚୁପ , ମୁଖ୍ୟମନ୍ତ୍ରୀ ଚୁପ। କ୍ରାଇମ ବ୍ରାଞ୍ଚକୁ ତଦନ୍ତ ଭାର ଦେଇ ମାମଲାକୁ ଚାପି ଦେନବାକୁ ଉଦ୍ୟମ କରାଯାଉଛି। ପରୀ ହତ୍ୟାକାଣ୍ଡ ମାମଲାକୁ ଚାପିବାକୁ ଚେଷ୍ଠା କରିଥିବା ଅରୁଣ ବୋଥ୍ରାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ନବ ଦାସ ଜଣେ କ୍ୟାବିନେଟ ମନ୍ତ୍ରୀ ସହ ଆର୍ଥିକ ଓ଼ ରାଜନୈତିକ ପତିଆରା ଥିବା ବ୍ୟକ୍ତି ଥିଲେ।ତେଣୁ ଏହି ହତ୍ୟାକାଣ୍ଡ ପଛରେ ସାଙ୍ଘାତିକ ଷଡଯନ୍ତ୍ର ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking