27.1 C
Bhubaneswar
Monday, July 1, 2024
Homeଦେଶ ବିଦେଶପୀଡ଼ିତ ଚାଷୀଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ପ୍ରିୟଙ୍କା ଅଟକ

ପୀଡ଼ିତ ଚାଷୀଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ପ୍ରିୟଙ୍କା ଅଟକ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ୯ ଆନ୍ଦୋଳନତର ଚାଷୀଙ୍କ ମୃତ୍ୟୁ ପରେ ଉତ୍ତେଜନା ଜାରି ରହିଛି । କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ଅଟକ । ପୀଡ଼ିତ ଚାଷୀଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ପ୍ରିୟଙ୍କା ଅଟକ । ପୋଲିସର ପଦକ୍ଷେପକୁ ନେଇ ପ୍ରିୟଙ୍କା ଗାନ୍ଧି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରବିବାର କୃଷକ-ବିରୋଧୀ ଆଇନ ପ୍ରତିବାଦ ପ୍ରଦର୍ଶନ ସମୟରେ ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା କୃଷକମାନଙ୍କ ପରିବାରବର୍ଗଙ୍କୁ ଭେଟିବା ଉଦ୍ଦେଶ୍ୟରେ ଯାଉଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆଜି ବଡ଼ି ସକାଳୁ ଉତ୍ତର ପ୍ରଦେଶ ପୋଲିସ ଅଟକ ରଖିଛି । ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶ ପୋଲିସଦ୍ୱାରା ଗୃହବନ୍ଦିନୀ ଥିବା ଲକ୍ଷ୍ନୌ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୃହବନ୍ଦୀ ଆଦେଶ ଅମାନ୍ୟ କରି ରବିବାର ରାତିରେ ଲକ୍ଷ୍ନୌରୁ ଲକ୍ଷ୍ମୀପୁର ଖେରି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ, ପ୍ରାୟ ୫ ଘଣ୍ଟା ଅନୁଧାବନ କରିବା ପରେ ଭୋର୍‌ ପ୍ରାୟ ୫.୩୦ରେ ଉତ୍ତର ପ୍ରଦେଶ ପୁଲିସ ତାଙ୍କୁ ହରଗାଓଁ ଥାନା ଅଞ୍ଚଳରେ ଅଟକ ରଖିଛି । ତାଙ୍କୁ ସୀତାପୁର ଜିଲ୍ଲାରେ ଥିବା ଗୋଟାଏ ‘ଗେଷ୍ଟ୍‍ ହାଉସ୍‌’କୁ ନିଆଯାଇଛି । ତାଙ୍କ ପ୍ରତି ସମର୍ଥନ ପ୍ରଦର୍ଶନ କରିବା ଲାଗି ସେଠାରେ ପହଞ୍ଚିବା ପାଇଁ ଉତ୍ତର ପ୍ରଦେଶ କଂଗ୍ରେସ ଟୁଇଟ୍‌ କରି ଜନସାଧାରଣଙ୍କୁ ନିବେଦନ କରିଛି । ଦଳେ ପ୍ରତିବାଦରତ କୃଷକ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ‘କନ୍‌ଭଏ’ ସହ ମାରାତ୍ମକ ସଂଘର୍ଷ ଘଟିବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ସୋମବାର ଦିନ ପ୍ରଭାବିତ ପରିବାରବର୍ଗଙ୍କୁ ଟିକୁନିଆରେ ଭେଟିଥାଆନ୍ତେ । କିନ୍ତୁ, ତାଙ୍କୁ ଲକ୍ଷ୍ନୌରୁ ବାହାରକୁ ନ ଛାଡ଼ିବା ପାଇଁ ଗୃହବନ୍ଦିନୀ କରାଯାଇଥିଲା । ମାତ୍ର ସେ ଘରୁ ବାହାରି ଚାଲି ଚାଲି କିଛି ବାଟ ଯିବା ପରେ ଗୋଟାଏ କାର୍‌ରେ ଚଢ଼ି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଉତ୍ତର ପ୍ରଦେଶ କଂଗ୍ରେସ କହିବା ଅନୁସାରେ, ଲକ୍ଷ୍ନୌରୁ ଲକ୍ଷ୍ମୀପୁର ଖେରି ଯିବା ପଥରେ ଥିବା ‘ଟୋଲ୍‌ ପ୍ଲାଜା’ଗୁଡ଼ିକରେ ମୁତୟନ ହୋଇଥିବା ବହୁସଂଖ୍ୟକ ପୁଲିସ ରାସ୍ତାରେ ଟ୍ରକ ଠିଆ କରାଇ କଂଗ୍ରେସ କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଟକାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking