34.1 C
Bhubaneswar
Saturday, April 4, 2026
Homeଓଡିଶାବ୍ୟାସନଗର ବାସୀଙ୍କ ପକ୍ଷରୁ ବିଧାୟକ ଆକାଶଙ୍କୁ ସମ୍ବର୍ଦ୍ଧନା

ବ୍ୟାସନଗର ବାସୀଙ୍କ ପକ୍ଷରୁ ବିଧାୟକ ଆକାଶଙ୍କୁ ସମ୍ବର୍ଦ୍ଧନା

ଯାଜପୁର : ଶୁକ୍ରବାର  ବ୍ୟାସନଗର ସହରର ରୟାଲ କଲିଙ୍ଗ ହୋଟେଲରେ କୋରେଇ ନବନିର୍ବାଚିତ ବିଧାୟକ ଆକାଶ ଦାସନୟାକଙ୍କୁ ଯାଜପୁରରୋଡ଼ ସିଭିଲି ସୋସାଇଟି ଆନୁକୂଲ୍ୟରେ ସହରର ବିଭିନ୍ନ ଗଣ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଏହି ସମ୍ବର୍ଦ୍ଧନା ସଭାରେ ସିଭିଲ ସୋସାଇଟିର ଆବାହକ ଆଇନଜୀବୀ ବିବେକାନନ୍ଦ ମହାନ୍ତି ସଭାପତିତ୍ୱ କରିଥିଲେ | ପ୍ରଥମେ ସହରର ଗଣ ସଂଗଠନ ପକ୍ଷରୁ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ସିଭିଲ ସୋସାଇଟିର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା,ବରିଷ୍ଠ ନାଗରିକ ସଙ୍ଘ ସମ୍ପାଦକ ଚନ୍ଦ୍ରମଣି ସାମଲ, ଚଣ୍ଡିକ୍ଲବ ସମ୍ପାଦକ ଶିଶିର ରାଉତ, ନରୀନେତ୍ରୀ ଜୟନ୍ତୀ ଜେନା ପ୍ରମୁଖ ମଞ୍ଛାସୀନ ହୋଇ ନିଜର ବକ୍ତବ୍ୟ ରଖିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ହାରାଧନ ବାନାର୍ଜୀ, ଚିନ୍ତାମଣି ପାଢ଼ୀ,ସୁଜିତ ମଲ୍ଲିକ, ପ୍ରଫୁଲ୍ଲ ନାୟକ, ଜିତେନ୍ଦ୍ର ରାଉତ, ଆଲୋକ ମହାନ୍ତି ପ୍ରମୁଖ ସହରର ସମସ୍ୟା ଉପରେ ନିଜର ବକ୍ତବ୍ୟ ରଖିଥିଲେ | ଏହି ପରିପ୍ରେକ୍ଷୀରେ ସଂଗଠନ ଗୁଡିକ ପକ୍ଷରୁ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା | ବ୍ୟାସନଗର ସହର କଳିଙ୍ଗନଗର ଶିଳ୍ପ ରାଜଧାନୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ପାଇଥିବା ବେଳେ ଏହାର ବିକାଶ ବୋହୁ ପଛରେ ପଡିଛି | ସ୍ୱାସ୍ଥ୍ୟ, ପାନୀୟ ଜଳ, ଡ୍ରେନେଜ, ରାସ୍ତା, ଆଲୋକ, ଟ୍ରାଫିକ, ଜମିଜମା, ଷ୍ଟାଡିୟମ,  ଚିତ୍ତବିନୋଦନ, ରେଳ ଓଭର ବ୍ରିଜ, ଗଳିପୋଲ ଭଳି ପ୍ରମୁଖ ସମସ୍ୟା ଗୁଡିକର ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ବିଧାୟକ ଦୃଢ ପ୍ରତିଶୃତି ଦେବାସହ ପୂର୍ବରୁ ଦାବି ଥିବା ସବଡ଼ିଭିଜନ ମାନ୍ୟତା ପ୍ରଦାନ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ | ଏହି ସମ୍ବର୍ଦ୍ଧନା ସଭାରେ ସିଭିଲ ସୋସାଇଟି, ବରିଷ୍ଠ ନାଗରିକ ମଞ୍ଚ, ସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚ, ନିତ୍ୟ ଯୋଗ ସମିତି, ବ୍ୟବସାୟୀ ସଙ୍ଘ, ଓକିଲ ସଙ୍ଘ, ନବ ଉତ୍କ ମହିଳା ସମିତି, ଇନର ହୁଇଲ | ଯାଜପୁରରୋଡ଼ ପ୍ରେସ କ୍ଳବ, ବ୍ୟାସ ପ୍ରେସ ଫୋରମ, ବ୍ୟାସ ପ୍ରିଣ୍ଟ ମିଡିଆ ସଙ୍ଘର ସଦସ୍ୟ, ବୁଦ୍ଧିଜୀଵୀ ଉପସ୍ଥିତ ଥିଲେ |  ଶେଷରେ ସିଭିଲ ସୋସାଇଟିର ସଭ୍ୟ ପବିତ୍ର ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking