21.1 C
Bhubaneswar
Sunday, November 24, 2024
Homeଓଡିଶାଯାଜପୁରପୈାରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ କନ୍ଦଳ

ପୈାରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ କନ୍ଦଳ

ଯାଜପୁର : ଯାଜପୁର ଜିଲ୍ଲା ବ୍ୟାସନଗର ପୌରପାରିଷଦରେ ଅଧ୍ୟକ୍ଷା ଓ ନିଵାହୀ ଅଧିକାରୀଙ୍କ ମଧ୍ୟ୍ୟରେ କିଛି ଦିନ ଧରି ଶୀତଳ ଯୁଦ୍ଧ ଚାଲିଥିଲା ବେଳେ ଏବେ ପଦାରେ ପଡିଛି । ଅଧ୍ୟକ୍ଷା ଓ ପୌରନିଵାହୀ ଅଧିକାରୀଙ୍କ ମଧ୍ୟ୍ୟରେ ବଚସା ଓ କଥା କଟାକଟି ବାଟରେ ଯାଇ ହାଟ ପଡିଛି । ପୌର ପରିଷଦ ର ବିକାଶ ପଛେ ଜୁଲିକି ଯାଉ ନିଜର ପତିଆରା ରହୁ । ନିଜ ନିଜ ଜିଦ ରେ ଅଟଳ କ୍ଷବର୍ତ୍ତମାନ ପ୍ରଶାସନିକ କଳ ଓ ଜନ ପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟନ ଅଭାଵ ଯୋଗୁ ସହର ବିକାଶରେ ବାଧକ ସୃଷ୍ଟି ହେଉଛି । ଉଭୟ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ନିଜର କାର୍ଯ୍ୟଦକ୍ଷତା ଦ୍ୱାରା ବ୍ୟାସନଗର ସହରକୁ ସରସ ସୁନ୍ଦର କରି ଗଢି ତୋଳିବାରେ ନିଜର କର୍ମ ପ୍ରତି ତତ୍ପରତା ପ୍ରକାଶ କରିଛନ୍ତି । ତେଣୁ ବ୍ୟାସନଗର ପୌର ପରିଷଦରେ କର୍ମଚାରୀଙ୍କ କର୍ମର ସମୟସୀମା ଉପରେ ସୁଦ୍ଧାର ଆଣିବା ପାଇଁ ବାୟୋ ମେଟ୍ରିକକୁ କାର୍ଯ୍ୟଳୟରେ ଲଗାଇଛନ୍ତି ।ଏହା ସମସ୍ତ କର୍ମଚାରୀଙ୍କ ପାଇଁ ଗୁରୁତ୍ୱ ବହନ କରୁଥିବା ବେଳେ କିଛି ସଫେଇ କର୍ମଚାରୀ ମାନେ ଏଥିପାଇଁ ଅସୁବିଧା ରେ ସମ୍ମୁଖୀନ ହେଉଥିବାର କଥା ସମ୍ମନାକୁ ଆସିଛି । ତେଣୁ କିଛି କର୍ମଚାରୀ ଦୁରଦୂରାନ୍ତର ଯଥା ଖଣ୍ଡାହତା, ହୁଡ଼ିସାହି, ସାପଗାଡ଼ିଆରୁ ଆସି ସଫେଇ କରିବା ପୂର୍ବରୁ ବା ପରେ ନିଜର ପଞ୍ଚିଙ୍ଗ ମାରି ଯିବା ଆସିବା କଲା ବେଳେ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ କରିଥିଲେ । ଯେଉଁ ଅଭିଯୋଗକୁ ଆଧାର କରି ବ୍ୟାସନଗର ପୌରାଧକ୍ଷା ଶ୍ରୀମତୀ ସଙ୍ଗୀତା ପିଙ୍ଗୁଆ ଉଚ୍ଚ ସ୍ୱରରେ ପ୍ରଶାସନିକ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିବାର ଘଟଣା ବ୍ୟାସନଗରରେ କ୍ଷିପ୍ରଗତିରେ ବ୍ୟାପିଥିଲା । ଯାହାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ କାଯ୍ୟ ଦକ୍ଷତା ଓ ସଂମ୍ମାନ ନ ହାନି ହୋଇଥିବାର ପ୍ରକାଶ ପାଇଥିଲା । ଏହି ବାର୍ତ୍ତାଳାପକୁ ନେଇ ସମଗ୍ରରେ ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ପୌରାଧକ୍ଷା ସଙ୍ଗୀତା ପିଙ୍ଗୁଆଓ ନିଵାହୀ ଅଧିକାରୀଙ୍କ ସହ ସାକ୍ଷତ କରିବା ପରେ ସେ ଏହାକୁ ଭିର୍ତିହୀନ ବୋଲି ନିଜର ପ୍ରତିକ୍ରିୟା ରଖି ଥିଲେ ।
ସମ୍ପୂର୍ଣ ଘଟଣା ବଳିକୁ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ପୌରାଧକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମଧରେ ସଫେଇ କର୍ମଚାରୀଙ୍କ ପାଇଁ ହୋଇଥିବା ମନାନ୍ତର ଆଲୋଚନା ମାଧମରେ ସମାଧାନ ହୋଇପାରନ୍ତା କିନ୍ତୁ ନିଜର ଅହଂ ମନୋଭାବ ଯୋଗୁଁ ଏହା ସମ୍ଭବପର ହୋଇ ପାରୁନାହିଁ । ଅନ୍ୟ ପକ୍ଷରେ ପ୍ରତ୍ୟେକଟି ୱାର୍ଡର କାଉନ୍‌ସିଲର ମାନଙ୍କର ସଫେଇ କାର୍ଯ୍ୟରେ କୌଣସି କଥାରହୁ ନାହିଁ । ଏ ନେଇ ଜନ ପ୍ରତିନିଧି ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ ଦେଖିବାକୁ ମିଳୁନି ଫଳରେ ନିଜ ନିଜର କାର୍ଯ୍ୟଦକ୍ଷତାର ପ୍ରତିଫଳନ ପରିପ୍ରକାଶ କରି ପାରୁନାହାଁନ୍ତି । ତେଣୁ ନିଜ ନିଜର ଅଂହ ମନ ଭାବ ଯୋଗୁଁ ପୌରପରିଷଦର ଉନ୍ନତି ଘଟିପାରୁନି । ପୌରଅଧ୍ୟକ୍ଷା ଓ ନିଵାହୀ ଅଧିକାରୀ ନିଜର ଅଂହ ମନ ଭାବ ପରିବର୍ତନ କରି ପୌରପରିଷଦର ବିକାଶ ପାଇଁ କାର୍ଯ୍ୟକାରି କଲେ ପୌରବାସିଙ୍କ ଆସ୍ଥାଭାଜନ ହୋଇ ପାରନ୍ତେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking