ଭୁବନେଶ୍ୱର: ମାଟ୍ରିକ ଖାତା ଦେଖା ସରିଛି କହିଲେ ବୋର୍ଡ ଉପସଭାପତି । ପ୍ରେସମିଟରେ ସୂଚନା ଦେଲେ ଉପସଭାପତି ନିହାର ରଞ୍ଜନ ମହାନ୍ତି । ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଥିବା ସୂଚନା । ୪୮ ଦିନ ଭିତରେ ରେଜଲ୍ଟ ପ୍ରକାଶ ନେଇ ନିର୍ଦ୍ଦେଶ ରହିଛି । କେବେ ବାହାରିବ କହିହେବନି ତଥାପି ଆମେ ରେଜଲ୍ଟ ଶୀଘ୍ର ବାହାରକରିବାକୁ ଚେଷ୍ଟା କରିବୁ ବୋଲି କହିଲେ ବୋର୍ଡ ଉପସଭାପତି ।
ଏବଂ ଅନ୍ୟ ବୋର୍ଡ ତୁଳନାରେ ଆଗୁଆ ବାହାର କରିବାକୁ ଆମେ ଆଶାବାଦୀ । ସୋସିଆଲ ସାଇନ୍ସ ବିସେଟ୍ ତ୍ରୁଟିକୁ ନେଇ ବିଚଳିତ ହୁଅନ୍ତୁ ନାହିଁ । ୩ ରୁ ୫ ହଜାର ପିଲା ପ୍ରଭାବିତ ହୋଇଥିଲେ ଏବଂ ସର୍ଟଆଉଟ ମଧ୍ୟ ହୋଇଛି ।